Categories: ଜାତୀୟ

‘ସରକାର ଗଢିଲେ ମୋରବିରେ ନିର୍ମାଣ ହେବ ନୂଆ ପୋଲ’- ପୋଲ ଭାଙ୍ଗିବା ଘଟଣାରେ ଦାୟୀ ଲୋକଙ୍କୁ ଦିଆଯାଉଛି ସୁରକ୍ଷା: କେଜରିୱାଲ

ନୂଆଦିଲ୍ଲୀ,୭ ।୧୧: ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ଅର୍ଥାତ୍ ୬ ନଭେମ୍ବରରେ ଅଭିଯୋଗ କରିଛନ୍ତି, ଗୁଜରାଟର ମୋରବି କେବଳ ବ୍ରିଜ ମରାମତି କରିଥିବା ଲୋକଙ୍କୁ ବଞ୍ଚାଇବାକୁ କରାଯାଉଛି ଚେଷ୍ଟା । ସେ ଆହୁରି ମଧ୍ୟ କହିଛନ୍ତି, ଗୁଜରାଟରେ ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କଲେ ମୋରବିରେ ଏକ ବିଶାଳ ପୋଲ ନିର୍ମାଣ କରିବ ।
ଗୁଜରାଟ ମୋରବି ଜିଲାର ବାଂକାନେରଠାରେ ‘ତ୍ରିରଙ୍ଗା ଯାତ୍ରା’ରେ ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି, ଯଦି ‘ଡବଲ ଇଞ୍ଜିନ’ ବାଲା ଭାରତୀୟ ଜନତା ପାର୍ଟି(ଭାଜପା) କୁ ପୁଣିଥରେ ଜନାଦେଶ ମିଳିଲା ତା’ହେଲେ ମୋରିବି ପୋଲ ଦୁର୍ଘଟଣା ଭଳି ଆହୁରି କିଛି ଘଟଣା ଭବିଷ୍ୟତରେ ନିଶ୍ଚୟ ଘଟିବ । ସେ କହିଛନ୍ତି ମୋରବିରେ ଯାହା ହୋଇଛି ତାହା ଅତ୍ୟନ୍ତ ଦୁଃଖଦାୟକ । ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୫୫ ଶିଶୁ ଥିଲେ । ସେ ଆପଣଙ୍କ ଶିଶୁ ହୋଇଥାଇପାରନ୍ତି ଯାହା ବି ହୋଇଛି ତାହା ଅତ୍ୟନ୍ତ ଦୁଃଖଦାୟକ । ହେଲେ ଏହାଠାରୁ ଅଧିକ ଦୁଃଖଦାୟକ ହେଉଛି ଏହି ପୋଲ ଭାଙ୍ଗିଯିବା ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି ।

Share