Categories: ଜାତୀୟ

ଜେଲରୁ ସରକାର ଚଲାଇବେ ଅରବିନ୍ଦ କେଜ୍ରିୱାଲ; ଜାଣନ୍ତୁ କାହିଁକି ଏପରି କହିଲେ ଦିଲ୍ଲୀ ବିଧାୟକ

ନୂଆଦିଲ୍ଲୀ,୬/୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ନୋଟିସ ପଠାଇବା ପରେ ଆମ୍ ଆଦମୀ ପାର୍ଟି(ଏଏପି) ର ଚିନ୍ତା ବଢିଯାଇଛି। ଏଥିପାଇଁ ଏଏପି ଆଗୁଆ କୋର୍ଟ ଶରଣରେ ଯିବାକୁ ନିଷ୍ପତି ନେଇଛି। ଯଦି ଇଡି ଭବିଷ୍ୟତରେ କେଜ୍ରିୱାଲଙ୍କୁ ଗିରଫ କରେ ତେବେ ସେ କିପରି ଜେଲରୁ ସରକାର ଚଲାଇ ପାରିବେ ସେଥିପାଇଁ ଏଏପି କୋର୍ଟଙ୍କ ଅନୁମତି ମାଗିବାକୁ ଯାଉଛି।

ସୋମବାର ଅରବିନ୍ଦ କେଜ୍ରିୱାଲ ଏଏପି ବିଧାୟକ ମାନଙ୍କ ସହିତ ବୈଠକ କରିଥିଲେ। ଏହି ସମୟରେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସୌରଭ ଭରଦ୍ୱାଜ ଅବକାରୀ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ଇଡି ସମନର ଜବାବ ଦେଇଥିଲେ। ସେ କହିଥିଲେ କି ଭାଜପାକୁ ସବୁଠୁ ଅଧିକ ସମସ୍ୟା ଏଏପି ସହିତ ରହିଛି। ଭୟରେ ଭାଜପା ଦିଲ୍ଲୀ ବିଧାୟକ, ମନ୍ତ୍ରୀଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବାକୁ ଯୋଜନା କରୁଛି।

ଏଏପି ବିଧାୟକ ଏହା ମଧ୍ୟ କହିଛନ୍ତି, “ପ୍ରତ୍ୟେକ ବିଧାୟକ ହାତ ଯୋଡ଼ି ଅରବିନ୍ଦ କେଜ୍ରିୱାଲଙ୍କୁ କହିଛନ୍ତି ଯେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯେ ଆପଣ ଇସ୍ତଫା ଦିଅନ୍ତୁ ଏବଂ ଏଏପି ସରକାର ଭାଙ୍ଗିଯାଉ। ତେବେ କିଛି ବି ହେଇଯାଉ, ଜେଲ ଚାଲିଗଲେ ମଧ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସରକାର ଚଳାଇବେ କାରଣ ଏହି ଜନାଦେଶ ଅରବିନ୍ଦ କେଜ୍ରିୱାଲଙ୍କର ଅଟେ। ଆମେ ପ୍ରତ୍ୟେକ ଗଳି ଯାଇ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଭୋଟ୍ ମାଗିଛୁ। ” ତେଣୁ କରି ଏହି ଜନମତ ସହିତ ଖେଳିବା ଏତେ ସହଜ ହେବ ନାହିଁ।

Share