Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଆବାସ ଖୁବଶୀଘ୍ର ଛାଡିବେ କେଜ୍‌ରିଓ୍ବାଲ, ଏବେ ନୂଆ ଘର ସନ୍ଧାନରେ, ଜାଣନ୍ତୁ କେଉଁଠି ରହିବେ ପୂର୍ବତନ ସିଏମ

ନୂଆଦିଲ୍ଲୀ,୨୮।୯: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିିୱାଲ ସିଏମ ପଦରୁ ଇସ୍ତଫା ଦେବା ପରେ ଆତିଶୀ ବର୍ତ୍ତମାନ ଜାତୀୟ ରାଜଧାନୀର ନୂତନ ସିଏମ। ତେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ସିଏମ ପାଇଁ ଦିଲ୍ଲୀରେ ବାସଭବନ ଖୋଜା ଜୋରଦାର କରାଯାଇଛି। କୁହାଯାଉଛି ଯେ ଏଏପି ମୁଖ୍ୟ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିଦେବେ। ଆମ ଆଦମୀ ପାର୍ଟି କେଜ୍‌ରିଓ୍ବାଲଙ୍କୁ ଏକ ଘର ଆବଣ୍ଟନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ, ଏ ପର୍ଯ୍ୟନ୍ତ ପୂର୍ବତନ ସିଏମ ଏ ସମ୍ପର୍କରେ କେନ୍ଦ୍ରରୁ କୌଣସି ଉତ୍ତର ପାଇନାହାଁନ୍ତି।

ବର୍ତ୍ତମାନ ଦିଲ୍ଲୀର ପୂର୍ବତନ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସମ୍ବନ୍ଧୀୟ ଖବର ହେଉଛି ଯେ ଅନେକ ଦଳର ବିଧାୟକ, କାଉନସିଲର, ପାର୍ଟି କର୍ମଚାରୀ ଏବଂ ସାଧାରଣ ନାଗରିକମାନେ ସେମାନଙ୍କର ସାମାଜିକ-ଅର୍ଥନୈତିକ, ରାଜନୈତିକ ପୃଷ୍ଠଭୂମି ନିର୍ବିଶେଷରେ ତାଙ୍କୁ ଘର ଯୋଗାଉଛନ୍ତି। ତାଙ୍କ ନିକଟକୁ ଆସିଥିବା ଅଧିକାଂଶ ବିକଳ୍ପ ହେଉଛି ନୂଆଦିଲ୍ଲୀ ଅଞ୍ଚଳ ବାହାରେ।

ଅରବିନ୍ଦ କେଜ୍‌ରିଓ୍ବାଲ ତାଙ୍କ ନିର୍ବାଚନମଣ୍ଡଳୀ ନୂଆଦିଲ୍ଲୀରେ ରହିବାକୁ ପସନ୍ଦ କରୁଛନ୍ତି। ଯାହାଫଳରେ ସେ ନିଜ ନିର୍ବାଚନମଣ୍ଡଳୀ ସହିତ ଜଡିତ ରହିବେ। ବର୍ତ୍ତମାନ ସୁଦ୍ଧା ଏହା ସ୍ଥିର ହୋଇନାହିଁ ଯେ ପୂର୍ବତନ ସିଏମ କେଉଁଠାରେ ରହିବେ, କିନ୍ତୁ ଖୁବ ଶୀଘ୍ର ସେ ଏକ ନୂଆ ଠିକଣା ନିଶ୍ଚିତ କରିବେ ନେବେ ବୋଲି କୁହାଯାଉଛି।

Share