Categories: ଜାତୀୟ

ସାଧାରଣତନ୍ତ୍ର ଦିବସ ହିଂସା: କେଜରିଓ୍ବାଲଙ୍କୁ ଦାୟୀ କଲେ ଗମ୍ଭୀର

ନୂଆଦିଲ୍ଲୀ,୨୮।୧: କ୍ରିକେଟରରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି । ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସା ପାଇଁ ଆମ ଆଦମି ପାର୍ଟି (ଏଏପି) ମୁଖ୍ୟ କେଜରିଓ୍ବାଲ ଦାୟୀଙ୍କୁ କରିଛନ୍ତି ଗମ୍ଭୀର। ହିଂସା ରୋକିବାରେ ବିଫଳ ହୋଇଛି ଦିଲ୍ଲୀ ସରକାର। ପଞ୍ଜାବରେ ମୁଖ୍ୟ ବିରୋଧି ଦଳ ହୋଇଥିବାରୁ କୃଷକଙ୍କ ଆନ୍ଦୋଳନକୁ ଏଏପି ଜାଣିଶୁଣି ବିରୋଧ କରୁନାହିଁ।

ତାଙ୍କ ଦାବିର ଓଲଟା ଦେଖିବାକୁ ମିଳୁଛି। ହିଂସାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଗୁରୁବାର ଏଏପିର ୯ମ ଜାତୀୟ ପରିଷଦ ବୈଠକରେ କେଜରିଓ୍ବାଲ କହିଛନ୍ତି। କିନ୍ତୁ ହିଂସା ଯୋଗୁ ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ବନ୍ଦ ହେବ ନାହିଁ। କାରଣ ପୂରଣ ହୋଇନାହିଁ ଆନ୍ଦୋଳନର ଉଦ୍ଦେଶ୍ୟ। ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନ ପ୍ରତି ଆମ ସମର୍ଥନ ରହିଛି। ହିଂସା ଲାଗି ଯେଉଁମାନେ ଦାୟୀ, ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବରରୁ ଆରମ୍ଭ ହୋଇଥିବା କୃଷକଙ୍କ ଆନ୍ଦୋଳନ ପ୍ରତି ଏଏପି ସମର୍ଥନ କରିଆସୁଛି।

Share