Categories: ଜାତୀୟ

‘ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ହେବେ ’

ନୂଆଦିଲ୍ଲୀ,୧୦।୩: ଆମ ଆଦମି ପାର୍ଟି (ଏଏପି)କୁ ପଞ୍ଜାବରେ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ। କାରଣ ୧୧୭  ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ଅପରାହ୍ନ ୧୧ଟା ପର୍ଯ୍ୟନ୍ତ ଗଣତି ସୁଦ୍ଧା ୯୧ ଆସନରେ ଆଗୁଆ ରହିଛି ଏଏପି। ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବରେ ଏଏପି ସରକାର ଗଠନ କରିବାକୁ ଯାଉଛି। ପାର୍ଟିର ଏଭଳି ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦିନେ ଦେଶର ନେତୃତ୍ୱ ନେବେ ବୋଲି କହିଛନ୍ତି ରାଘବ ଚଢ଼ା।

“ଏଏପି ଜାତୀୟ ଶକ୍ତି ପାଲଟିଥିବା ମୁଁ ଦେଖିପାରୁଛି। ଆମେ କଂଗ୍ରେସକୁ ହଟାଇ ଖୁବ ଶୀଘ୍ର ଦେଶର ସର୍ବବୃହତ୍‌ ବିରୋଧୀ ଦଳ ହେବୁ। ଏକ ଦଳ ଭାବେ ଏଏପି ପାଇଁ ଏହା ଏକ ବଡ଼ ଦିନ। କାରଣ ଆଜି ଆମେ ଏକ ଜାତୀୟ ଦଳର ମାନ୍ୟତା ପାଇଛୁ। ଆମେ ଆଉ ଆଞ୍ଚଳିକ ଦଳ ହୋଇ ନାହୁଁ। ଭଗବାନ ଆମକୁ ଏବଂ ଅରବିନ୍ଦ କେଜରିଓ୍ବାଲଙ୍କୁ ଆଶୀର୍ବାଦ ଦିଅନ୍ତୁ। ଦିନେ ସେ ଦେଶର ନେତୃତ୍ୱ ନେବେ” ବୋଲି ରାଘବ କହିଛନ୍ତି।

Share