ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭାରେ ମଙ୍ଗଳବାର ଉପସ୍ଥାପନ ହେବନାହିଁ ବଜେଟ। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ଅଛି ଯେ, ଦେଶର ୭୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟର ବଜେଟକୁ ବନ୍ଦ କରାଯାଇଛି। ଦିଲ୍ଲୀବାସୀଙ୍କ ଉପରେ କାହିଁକି ରାଗିଛ? ଦୟାକରି ଦିଲ୍ଲୀ ବଜେଟ ବନ୍ଦ କରନ୍ତୁ ନାହିଁ। ଦିଲ୍ଲୀବାସୀ ଆପଣ ପାଖେ ହାତ ଯୋଡି ପ୍ରାର୍ଥନା କରୁଛୁ ବଜେଟ ପାସ କରିଦିଅନ୍ତୁ। କେଜ୍ରିଓ୍ବାଲ କହିଛନ୍ତି ଏହା ଭାରତ ଇତିହାସରେ ପ୍ରଥମ ଥର ପାଇଁ ଘଟିଛି।
ସୂତ୍ର ଅନୁଯାୟୀ, ଭିତ୍ତିଭୂମି ଅପେକ୍ଷା ଦିଲ୍ଲୀ ସରକାର ବିଜ୍ଞାପନ ଉପରେ ହୋଇଥିବା ଖର୍ଚ୍ଚର ବଜେଟ କେନ୍ଦ୍ରକୁ ପଠାଥିଲେ। ଏହା ଉପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନୋଟିସ ଦେଇ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଦିଲ୍ଲୀ ସରକାର ଏହାର ଉତ୍ତର ଦେଇନାହାଁନ୍ତି। ଏହି କାରଣରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବଜେଟକୁ ଅଟକାଇ ଦେଇଥିବା ଜଣାପଡିଛି।