ଆକ୍ସନ ମୋଡ୍‌ରେ ଅରବିନ୍ଦ ପାଢୀ: ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେବା ପ୍ରସଙ୍ଗରେ ଦେଲେ କଡ଼ା ନିର୍ଦ୍ଦେଶ

ପୁରୀ,୧୩।୯: ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗକୁ ବିବାଦ ବଢିବାରେ ଲାଗିଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ କୁହାଯାଇଛି। ଏହାସହ ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଓ ଦେଉଳକରଣଙ୍କୁ ରୋଷଘର ପରଖିବା ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ,ଶ୍ରୀମନ୍ଦିରରେ ମାଟିକୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେଉଛି। ଏହାଦ୍ୱାରା ଶ୍ରୀମନ୍ଦିର ସତ୍ତ୍ୱଲିପି ତଥା ପରମ୍ପରାର ଉଲ୍ଲଂଘନ ହେଉଛି। ଏଭଳି ଅଭିଯୋଗ ଆଣିବା ସହ ଏ ନେଇ ଆପତ୍ତି ଉଠାଇଥିଲା ସୁଆର ମହାସୁଆର ନିଯୋଗ। ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲା। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।

ପରମ୍ପରା ଅନୁଯାୟୀ, ଲୁହାକଡ଼େଇରେ କେବଳ ଅମାଲୁ ଓ ପିଠାଜାତୀୟ ଭୋଗ ପ୍ରସ୍ତୁତ କରାଯାଇଥାଏ। ମାଟିକୁଡୁଆରେ ସମସ୍ତ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ତେବେ କୁଡୁଆ ଅଭାବ ଆଳରେ କେତେଜଣ ସୁଆର ସେବକ ମହାପ୍ରଭୁଙ୍କ ପରମ୍ପରା ଭାଙ୍ଗି ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଥିବା ଅଭିଯୋଗ ହେଉଛି। ଏହି ଘଟଣା ଜଣାପଡ଼ିବା ପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସହସମ୍ପାଦକ ନରସିଂହ ପ୍ରତିହାରୀ କହିଛନ୍ତି, ମାଟି କୁଡୁଆ ଓ ଚୁଲିରେ ମହାପ୍ରସାଦ ପ୍ରସ୍ତୁତ କରାଯିବାର ପରମ୍ପରା ରହିଛି। ତେବେ ବର୍ତ୍ତମାନ ମାଟିକୁଡୁଆର ଅଭାବ ପରିଲକ୍ଷିତ ହେଉଛି। ଫଳରେ ବିକଳ୍ପ ଭାବେ ଲୁହାକଡେଇରେ ମହାପ୍ରସାଦ ପ୍ରସ୍ତୁତ କରାଯାଉଛି। ତେବେ ମାଟି କୁଡୁଆରେ ମହାପ୍ରସାଦ ପ୍ରସାଦ ପ୍ରସ୍ତୁତ କରାଯିବାକୁ ଆଲୋଚନା ହୋଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନିଯୋଗକୁ ଚିଠି ଲେଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

ସେହିପରି ଜ୍ୟୋତିର୍ବିଦ୍‌ ତଥା ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର କହିଛନ୍ତି, ସେ ପିଲାବେଳୁ ଶୁଣି ଆସିଛନ୍ତି ମାଟି କୁଡୁଆ, ଚୁଲି ଓ କାଠ ଡଙ୍କିରେ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା। ତେବେ ଲୁହା କଡ଼େଇରେ ଯେଉଁ ରୋଷେଇ ହେଉଛି, ତାହା ମହାପ୍ରଭୁଙ୍କ ନିକଟରେ ଭୋଗ ପାଇଁ ଉପଯୁକ୍ତ ନୁହେଁ। ଏପରି କାର୍ଯ୍ୟ ଯେଉଁମାନେ କରୁଛନ୍ତି, ସେମାନେ ସଚେତନ ହେବା ଆବଶ୍ୟକ। ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ସୃଷ୍ଟି କରିବ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଅନ୍ୟପକ୍ଷରେ ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ସୁଆର ମହାସୁଆର ନିଯୋଗ ସହାୟତାରେ ଶ୍ରୀମନ୍ଦିର ଆନନ୍ଦବଜାରରେ ଶୃଙ୍ଖଳା ଆସିପାରିଛି। ଅପରପକ୍ଷରେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେବା କଥା ନୁହେଁ। ନିଯୋଗ ସହ ଏନେଇ ଆଲୋଚନା କରାଯାଇ ଦୃଢ଼ ପଦକ୍ଷେପ ନିଆଯିବ। ଯାହା ବି ସମସ୍ୟା ରହିଛି ତାହାର ସମାଧାନ କରାଯିବ ବୋଲି ସ୍ବାଇଁ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୯୯% ସମ୍ପତ୍ତି ଦାନ କରିବାକୁ ଘୋଷଣା କଲେ ବିଲ ଗେଟ୍ସ: ଜାଣନ୍ତୁ ବାକି ୧% କରିବେ କ’ଣ

ଓ୍ବାଶିଂଟନ୍‌,୧୨।୪: ଦୀର୍ଘ ସମୟ ଧରି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଲ...

ପ୍ରସନ୍ନଙ୍କୁ କଡ଼ା ଜବାବ ଦେଲେ ଦେବୀ ମିଶ୍ର, କହିଲେ ବାବା ବିଜେଡିରେ ଥିବାବେଳେ ଦଣ୍ଡ ଧରି…

ଭୁବନେଶ୍ୱର,୧୨ା୪: ଭାଜପା ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର କଡ଼ା ଜବାବ ଦେଇଛନ୍ତି ବିଜେଡି ନେତା ଦେବୀ ମିଶ୍ର। ସେ କହିଛନ୍ତି, ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ...

ମା’ ସମଲେଶ୍ୱରୀଙ୍କ ମହାସ୍ନାନ, ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି

ବରଗଡ଼,୧୨ା୪: ଆଜି ଚୈତ୍ର ପୂର୍ଣ୍ଣିମା । ଏହି ଅବସରରେ ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାର୍ଷିକ ମହାସ୍ନାନ ଉତ୍ସବ ଚାଲିଛି। ଭୋର୍‌ ୪ଟାରୁ ମା’ଙ୍କ ସ୍ବତନ୍ତ୍ର...

ଚାଲାଣ ହେଉଥିଲା ଗଞ୍ଜେଇ: ମାଡିବସିଲା ପୋଲିସ, ୪ ଗିରଫ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ପୋଲିସ ଦ୍ୱାରା ଏକ କିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ...

ତୁଣ୍ଡ ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ: କହିଲେ ନବୀନ ମିଛ କହୁଛନ୍ତି, ମୋ ବିରୋଧରେ ବି ପାଣ୍ଡିଆନ…

ଭୁବନେଶ୍ୱର,୧୨ା୪: ଦିନ ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାହା କହୁଥିଲେ ଏହା ଉପରେ କେହି ପଦାରେ ମଧ୍ୟ ଆଲୋଚନା କରିବାକୁ...

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୧୨।୪: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲାର ଛାତରୁ ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀର ଏକ ସର୍ଚ୍ଚ ଆଣ୍ଡ ଡିସ୍ଟ୍ରୋଞ୍ଜ ଅପରେଶନ...

ଦଣ୍ଡନାଚ ଚାଲିଥିବାବେଳେ ଟ୍ରାନ୍ସଜେଣ୍ଡରଙ୍କ ସନ୍ଦେହଜନକ ମୃତ୍ୟୁ: ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର କୁଲୁ ବିଷୋୟୀଙ୍କ ଘରୁ ଶନିବାର ସକାଳେ ସନ୍ଦେହଜନକ ଅବସ୍ଥାରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ମୃତଦେହ...

ଲଗାତର ୫ ମ୍ୟାଚ୍‌ ହାରି ବି ପ୍ଲେ-ଅଫ୍‌ରେ ପହଞ୍ଚିପାରିବ CSK: ଜାଣନ୍ତୁ କ’ଣ ଅଛି ସମୀକରଣ

ଚେନ୍ନାଇ,୧୨।୪: ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ IPL 2025ର ୨୫ତମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହା କୋଲକାତା ନାଇଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image