Categories: ଜାତୀୟ

ଅରବିନ୍ଦର ସିଂ ଲଭଲି ହେଲେ ଦିଲ୍ଲୀ କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୧।୮: କଂଗ୍ରେସ ଗୁରୁବାର ଦିଲ୍ଲୀର ନୂତନ ଅଧ୍ୟକ୍ଷ ଘୋଷଣା କରିଛି। ଦଳ ଏବେ ଏହି ଦାୟିତ୍ୱ ଅନୀଲ ଚୌଧୁରୀଙ୍କ ସ୍ଥାନରେ ଅରବିନ୍ଦର ସିଂ ଲଭଲିଙ୍କୁ ଦେଇଛି। ଏନେଇ କଂଗ୍ରେସ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ ସୂଚନା ଦେଇଛି। କଂଗ୍ରେସ ଏକ ପୋଷ୍ଟରେ ଲେଖିଛନ୍ତି – କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲିଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି।
କେସି ଭେନୁଗୋପାଲଙ୍କ ଦସ୍ତଖତରେ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅରବିନ୍ଦର ସିଂ ଲଭଲିଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷି ଭାବରେ ନିଯୁକ୍ତ କରିଛନ୍ତି। ଦଳ ବିଦାୟୀ ଅଧ୍ୟକ୍ଷ ଅନିଲ ଚୌଧୁରୀଙ୍କ ଉଦ୍ୟମ ଏବଂ ଅବଦାନକୁ ପ୍ରଶଂସା କରୁଛି।
ଅରବିନ୍ଦର ସିଂ ଲଭଲି ମଧ୍ୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ସରକାରରେ ମନ୍ତ୍ରୀ ଥିଲେ। ଶିଲା ଦୀକ୍ଷିତଙ୍କ ସରକାରରେ ସେ ଶିକ୍ଷା ଓ ପରିବହନ ବିଭାଗର ଦାୟିତ୍ୱ ପାଇଥିଲେ। ୨୦୧୭ରେ, ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ପୂର୍ବରୁ ସେ ଭାଜପା ଯାଇଥିଲେ, କିନ୍ତୁ ଗତ ଲୋକ ସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସକୁ ଫେରିଥିଲେ।

Share