ପଞ୍ଜାବରେ ଲୋହରି ସେଲିବ୍ରେଟ କଲେ କ୍ରିତି-କାର୍ତ୍ତିକ

ମୁମ୍ବାଇ: କ୍ରିତି ସାନନ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ମୁଭି ‘ଶେହଜାଦା’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବେଳକୁ ବେଳ ବଢିବାରେ ଲାଗିଛି । ଏହାର ଟ୍ରେଲର ରିଲିଜ୍ ହେବା ପରେ ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ‘ଶେହଜାହା’ ତେଲଗୁ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମୁଭି ‘ଅଲା ବୈକୁଣ୍ଠପ୍ରେମେଲୁ’ର ରିମେକ ହିନ୍ଦୀ ଭର୍ସନ ବୋଲି କୁହାଯାଉଛି । ମୁଭିର ଟ୍ରେଲରକୁ ନିର୍ମାତା ୩ଟି ଇଭେଣ୍ଟରେ ରିଲିଜ୍ କରିବାର ଯୋଜନା କରିଛନ୍ତି । ପ୍ରଥମଟି ମୁମ୍ବାଇରେ ଖୁବ ଧୁମଧାମରେ ଟ୍ରେଲର ରିଲିଜ୍ ହୋଇସାରିଛି । ଜାନୁୟାରୀ ୧୩ ରେ କ୍ରିତି ଓ କାର୍ତ୍ତିକ ପଞ୍ଜାବର ଜଳନ୍ଧରରେ ପହଞ୍ଚିଥିବା କୁହାଯାଉଛି । ଏହାପରେ ଉଭୟ ଷ୍ଟାର ଗୁଡି ଉଡାଇବାକୁ କଚ୍ଛ ଯାଇଥିବା ଜଣାପଡିଛି ।
ପଞ୍ଜାବରେ ‘ଶେହଜାଦା’ ସେଲିବ୍ରେଶନକୁ ଢୋଲ, ନଗାଡେ ଓ ଭାଙ୍ଗଡା ସହ ସ୍ୱାଗତ କରାଯାଇଛି । ନିକଟରେ କାର୍ତ୍ତିକ ପଞ୍ଜାବରେ ପାଳନ କରାଯାଇଥିବା ଲୋହରୀର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପଞ୍ଜାବୀ ଲୋକେ ତାଙ୍କ ଗୀତରେ ଉଭୟ ଷ୍ଟାରଙ୍କୁ ଖୁବ୍ ନଚାଇଛନ୍ତି । ଏମାନେ ବି ଖୁସିରେ ଝୁମିଥିବା ସ୍ପଷ୍ଟ ବାରି ହୋଇ ପଡିଛି । କାର୍ତ୍ତିକ ଲୋହରୀର ଭିଡିଓ ଶେୟାର କରି ଲେଖିଛନ୍ତି, ଶେହଜାଦା ପକ୍ଷରୁ ଲୋହରୀର ଲକ୍ଷ ଲକ୍ଷ ଶୁଭେଚ୍ଛା, ଏହା ମୋର ପଞ୍ଜାବରେ ପ୍ରଥମ ଲୋହରୀ ସେଲିବ୍ରେଶନ ।
ସୂଚନାଯୋଗ୍ୟ, ଟ୍ରେଲର ରିଲିଜ୍ ଅବସରରେ ଦର୍ଶକେ ଉଭୟ କଳାକାରଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ସୂଚନାଯୋଗ୍ୟ, କାର୍ତ୍ତିକ ଏହି ମୁଭିରେ ହିରୋ ସହ ପ୍ରଡ୍ୟୁସର ଭାବେ ବି କାମ କରିଛନ୍ତି । ଏହାପୂର୍ବରୁ କାର୍ତ୍ତିକ ଓ କ୍ରିତିଙ୍କ ଯୋଡି ମୁଭି ‘ଲୁକା ଛୁପି’ରେ ଦେଖିବାକୁ ମିଳିଥିଲା । ଉଭୟଙ୍କ ଭିତରେ କେମେଷ୍ଟ୍ରି ଖୁବ ଭଲ । ‘ଶେହଜାଦା’ର ଟ୍ରେଲର ରିଲିଜ୍ ହେବା ପରେ ଏବେ ଦର୍ଶକେ ବଡ ଉତ୍କଣ୍ଠାର ସହ ମୁଭିକୁ ଅପେକ୍ଷା ରଖିଛନ୍ତି । ଆସନ୍ତା ଫେବୃୟାରୀ ୧୦ରେ ଏହା ବଡ ପରଦାରେ ରିଲିଜ୍ ହେବ ।

Share