ମୁମ୍ବାଇ,୩।୧୦: ବଲିଉଡ୍ ଅଭିନେତା ଶାହାରୁଖ ଖଁାଙ୍କ ପୁଅ ଆର୍ୟନ ଖାଁଙ୍କୁ ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ (ଏନ୍ସିବି) ପକ୍ଷରୁ ପଚରା ଉଚରା ଜାରି ରହିଛି। କ୍ରୁଏଜ୍ ଶିପ୍ରେ ଡ୍ରଗ୍ସ୍ ପାର୍ଟି ଚାଲିଥିବା ସମୟରେ ଧରା ପଡ଼ିଥିବା ୧୩ ଜଣଙ୍କ ମଧ୍ୟରେ ଆର୍ୟନ ରହିଛନ୍ତି। ସେହିପରି ୩ ଜଣ ମହିଳା ମଧ୍ୟ ରହିଛନ୍ତିି। ତାଙ୍କୁ ମାଗଣାରେ ଅତିଥି ଭାବେ ଡ଼କା ଯାଇଥିବା ସେ କହିଛନ୍ତି।
ଗୋଆ ଯାଉଥିବା କ୍ରୁଏଜ୍ ଶିପ୍ରେ ଡ୍ରଗ୍ସ୍ ପାର୍ଟି ଚାଲିଥିବା ସମ୍ପର୍କରେ ଏନ୍ସିବିର ମୁମ୍ବାଇର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କୁ ଗୁପ୍ତ ସୂଚନା ମିଳିଥିଲା। ଏହା ପରେ ଏନ୍ସିବି ଟିମ୍ ପକ୍ଷରୁ ଚଢ଼ାଉ କରାଯାଇ ପାର୍ଟିରେ ବ୍ୟବହୃତ ହେଉଥିବା କୋକିନ୍, ହାସିସ୍ ଆଦି ଜବତ କରାଯାଇଥିଲା।
ପାର୍ଟି ଆୟୋଜକଙ୍କୁ ହଜାର ହେବାକୁ ଏନ୍ସିବି ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଏହାକୁ ନେଇ ଅର଼୍ୟାନଙ୍କ ସମସ୍ୟା ବଢ଼ିବାର ଆଶଙ୍କା ରହିଛି।