ଏନ୍‌ସିବି ଲକ୍‌ଅପ୍‌ରେ ବିଜ୍ଞାନ ବହି ପଢୁଛନ୍ତି ଆର୍ୟନ

କ୍ରୁଜ୍‌ରେ ଡ୍ରଗ୍ସ ଏବଂ ରେଭ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇଛି। ମୁମ୍ବାଇର ଏକ କୋର୍ଟ ଆର୍ୟନଙ୍କ ସମେତ ତିନି ଅଭିଯୁକ୍ତଙ୍କ ରିମାଣ୍ଡକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଏନ୍‌ସିବି ଲକ୍‌ଅପ୍‌ରେ ଆର୍ୟନଙ୍କ ଚାହିଦା ଅନୁଯାୟୀ ବିଜ୍ଞାନ ପୁସ୍ତକ ପଢିବାକୁ ଦିଆଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ସହ ଆର୍ୟନଙ୍କୁ ଜାତୀୟ ହିନ୍ଦୁ ରେଷ୍ଟୁରାଣ୍ଟରୁ ଖାଦ୍ୟ ମଧ୍ୟ ଦିଆଯାଉଛି। କାରଣ ଏନସିବି କାର୍ଯ୍ୟାଳୟରେ ଘରେ ରନ୍ଧା ଖାଦ୍ୟ ଅନୁମତି ଦିଆଯାଇ ନ ଥାଏ। ଅନ୍ୟପକ୍ଷରେ ଆର୍ୟନ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଫୋନକୁ ମଧ୍ୟ ପରୀକ୍ଷା ପାଇଁ ଗାନ୍ଧିନଗର ଲ୍ୟାବକୁ ପଠାଯାଇଛି।
ଶନିବାର ରାତିରେ ଏନସିବି ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ ଉପରେ ଚଢାଉ କରିବା ପରେ ଆର୍ୟନ ଖାନ, ମୁମୁନ ଧାମଚା ଏବଂ ଅରବାଜ ମର୍ଚାଣ୍ଟଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା। ଦୀର୍ଘ ସମୟର ପଚରାଉଚରା ପରେ ରବିବାର ସେମାନଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଥିଲା।

Share