ଖୁବଶୀଘ୍ର ରିଲିଜ ହେବ ଡିଡିଏଲଜିର ରିମେକ୍‌, ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିବେ କାଜୋଲ ଓ ଶାହାରୁଖଙ୍କ ଝିଅ-ପୁଅ

ମୁମ୍ବାଇ: ଲୋକପ୍ରିୟ ଫିଲ୍ମ ଦିଲ୍‌ ବାଲେ ଦୁଲହନିଆ ଲେ ଜାଏଙ୍ଗେକୁ ବା ଡିଡିଏଲଜିକୁ ବଲିଉଡର ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏଥିରେ କାଜୋଲ ଓ ଶାହାରୁଖ ଖାନ୍‌ଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏବେ ବି ସତେଜ ରହିଛି। ସୂଚନା ଅନୁଯାୟୀ, ଡିଡିଏଲଜିର ରିମେକ୍‌ ଆସିବାକୁ ଯାଉଛି। ଏଥିରେ ରାଜ ଭୂମିକାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଓ ଶିମ୍ରନ ଭୂମିକାରେ କାଜୋଲଙ୍କ ଝିଅ ନ୍ୟସା ଦେବଗନ ନଜର ଆସିବେ। ତେବେ ଏହି ଫିଲ୍ମ ଦ୍ୱାରା ନ୍ୟସା ବଲିଉଡକୁ ଡେବ୍ୟୁ କରିବେ।

Share