ହାଜର ହେଲେ ଆର୍ଯ୍ୟନ

ମୁମ୍ବାଇ,୫ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ସର୍ତ୍ତ ମୂଳକ ଜାମିନ ପାଇଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ହାଜର ସମୟରେ ତାଙ୍କ ସହ ପିତା ଶାହାରୁଖଙ୍କ ବଡି ଗାର୍ଡ ଥିଲେ । ଏବେ ଆର୍ଯ୍ୟନ ଜାମିନ ପାଇ ବାହାରେ ଅଛନ୍ତି । ମୁମ୍ବାଇ ହାଇକୋର୍ଟ ତାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିବାରୁ ସେ ଶୁକ୍ରବାର ସକାଳ ୧୧ଟାରୁ ୨ଟା ମଧ୍ୟରେ ହାଜର ହେବାର ଥିଲା । ଆର୍ଯ୍ୟନ ୩୦ ଅକ୍ଟୋବରକୁ ଜେଲରୁ ବାହାରି ଆସିଥିଲେ ।

Share