Categories: ଜାତୀୟ

ଆହୁରି ଗୋଟିଏ ରାତି ଜେଲରେ କାଟିବେ ଆର୍ଯ୍ୟନ

ମୁମ୍ବାଇ, ୭।୧୦: କ୍ରୁଜ୍‌ ଜାହାଜରେ ନିଶାଦ୍ରବ୍ୟ କାରବାର ମାମଲାରେ ଗିରଫ ହୋଇଥିବା ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ମୁମ୍ବାଇର ଏକ ଅଦାଲତ ଗୁରୁବାର ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ରିମାଣ୍ଡରେ ନେବା ଲାଗି ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅନୁରୋଧ କରିଥିଲେ। ହେଲେ ଏହାକୁ ଖାରଜ କରିଦେଇଛନ୍ତି କୋର୍ଟ।

ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଦୀର୍ଘ ସମୟ ଶୁଣାଣି ପରେ ଏହାକୁ ଶୁକ୍ରବାରକୁ ସ୍ଥଗିତ ରଖାଯାଇଛି। ଫଳରେ ମନତ ଫେରିବା ପାଇଁ ଆର୍ଯ୍ୟନଙ୍କୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ। ତାଙ୍କୁ ଦୁଇ ରାତି ହେଲା ଜେରା କରାଯାଇନାହିଁ। ଅଧିକ ଦିନ ତାଙ୍କୁ ଅଟକ ରଖାଯାଇପାରିବ ନାହିଁ ବୋଲି ଆର୍ଯ୍ୟନଙ୍କ ଓକିଲ ସତୀଶ ମାନେଶିନ୍ଦେ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ। ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ ଜାମିନ ଆବେଦନକୁ ବିରୋଧ କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜାମିନ ଆବେଦନର ପୁନର୍ବାର ଶୁଣାଣି ହେବ।

Share