Categories: ଜାତୀୟ

ଆର୍ୟନଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଖାରଜ

ମୁମ୍ବାଇ,୨୦।୧୦: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ପୁଣି ଝଟ୍‌କା ଲାଗିଛି। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ତାଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଛି। ଆର୍ୟନଙ୍କ ସହ ତାଙ୍କ ଦୁଇ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ କୋର୍ଟ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୧୪ରେ, ସେସନ୍ସ କୋର୍ଟରେ ବିଚାରପତି ଓକିଲଙ୍କ ଯୁକ୍ତି ଶୁଣିବା ପରେ ଏହି ରାୟ ସଂରକ୍ଷିତ ରଖିଥିଲେ। ଗତ ଶୁଣାଣି ସମୟରେ ଏନସିବି କୋର୍ଟଙ୍କୁ କହିଥିଲେ ଯେ, ଆର୍ୟନ ୨୦ ବର୍ଷ ବୟସରୁ ଡ୍ରଗ୍ସ ଖାଉଛନ୍ତି। ଅନ୍ତର୍ଜାତୀୟ ଡ୍ରଗ୍ସ ବେପାରୀଙ୍କ ସହ ତାଙ୍କର ଯୋଗାଯୋଗ ରହିଛି। ଶାହାରୁଖ ଖାନଙ୍କ ପ୍ରଶଂସକମାନେ କୋର୍ଟ ବାହାରେ ଏକାଠି ହୋଇ ଆର୍ୟନ ଖାନଙ୍କ ଜାମିନ ଦାବି କରୁଥିଲେ। କିନ୍ତୁ ତାହା ଫସର ଫାଟି ଯାଇଛି। ଆର୍ୟନ ଖାନଙ୍କ ଓକିଲ କହିଛନ୍ତି, ଏବେ ସେ ହାଇକୋର୍ଟଙ୍କ ନିକଟକୁ ଯିବେ। ମୁମ୍ବାଇ ସ୍ପେଶାଲ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେମାନେ ଏବେ ଜାମିନ ପାଇଁ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିବେ। ଫଳରେ ଏବେ ଆର୍ୟନଙ୍କୁ ଆଉ କିଛି ଦିନ ଜେଲ୍‌ରେ ରହିବାକୁ ପଡ଼ିବ।

Share