Categories: ଜାତୀୟ

ଏନ୍‌ସିବି କଷ୍ଟଡିରେ ରାତି କାଟିଲେ ଆର୍ଯ୍ୟନଙ୍କ ସମେତ ୩ ଅଭିଯୁକ୍ତ

ମୁ୍‌ମ୍ବାଇ,୪ ।୧୦: ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିପରେ ଏନ୍‌ସିବି ଅଧିକାରୀଙ୍କ ଚଢାଉ ପରେ ସେଥିରେ ଡ୍ରଗ୍ସ ପାର୍ଟି ଚାଲିଥିବା ଜଣାପଡିଥିଲା । ଡ୍ରଗ୍ସ ପାର୍ଟି କଥା ଜଣା ପଡିବା ପରେ ଏନ୍‌ସିବି ଅଧିକାରୀମାନେ ସାଦା ପୋଷାକରେ ସିପରେ ଯାତ୍ରା କରିବା ସହ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଏହି ଅଭିଯକ୍ତଙ୍କ ମଧ୍ୟରେ ବଲିଉଡ୍ ତାରକା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ମଧ୍ୟ ଏନ୍‌ସିବି ଗିରଫ କରିଥିଲା । ଏହାପରେ ମୁ୍‌ମ୍ବାଇ କୋର୍ଟ ଆର୍ଯ୍ୟନଙ୍କୁ ପଚରା ଉଚରା ପାଇଁ ଏନ୍‌ସିବି କଷ୍ଟଡିକୁ ଗୋଟିଏ ଦିନ ପାଇଁ ପଠାଇ ଦେଇଥିଲେ । ତେବେ ରବିବାର ସମ୍ପୂର୍ଣ୍ଣ ରାତି ଅଭିଯୁକ୍ତ ଆର୍ଯ୍ୟନ୍ତ ଖାଁ ଓ ଅନ୍ୟ ୩ଜଣ ଏନ୍‌ସିବି କଷ୍ଟଡିରେ କାଟିଥିବା ଜଣାପଡିଛି ।

Share