ନୂଆଦିଲ୍ଲୀ,୫।୧୧: ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ଟିମ୍ର ନେତୃତ୍ୱରୁ ସମୀର ଓ୍ବାଙ୍ଖଡେଙ୍କୁ ହଟାଇ ଦିଆଯାଇଛି। ଏହି ମାମଲାର ତଦନ୍ତ କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀ ସଞ୍ଜୟ ସିଂଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଛି। ଏସ୍ଆଇଟିରେ ଓ୍ବାଙ୍ଖଡେଙ୍କ ଦଳର ୪ ସଦସ୍ୟ ଅଛନ୍ତି।
ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ଓ ଏନ୍ସିବିର ସ୍ବାଧୀନ ସାକ୍ଷୀ ପ୍ରଭାକର ସୈଲ ଅଭିଯୋଗ କରିବା ପରେ ଓ୍ବାଙ୍ଖଡେଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠିଥିଲା। ପ୍ରବଳ ସମାଲୋଚନା ପରେ ଆଣ୍ଟି ଡ୍ରଗ୍ସ ଏଜେନ୍ସି ବରିଷ୍ଠ ଅଧିକାରୀଙ୍କ ପ୍ରତି ଖୋଲାଖୋଲି ସମର୍ଥନ ଜାହିର କରିଥିଲା।