Categories: ଜାତୀୟ

ୟୁପିରେ ସରେଣ୍ଡର କରିବାକୁ ଉଦ୍ୟମ..

ନୂଆଦିଲ୍ଲୀ,୨୬।୧୦: ଲୁକ୍‌ଆଉଟ୍‌ ଜାରି ହେବାର ଅନେକ ଦିନ ପରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଗିରଫ ମାମଲାରେ ଏନ୍‌ସିବିର ସ୍ବାଧୀନ ସାକ୍ଷୀ କିରନ ଗୋସାବି ସାମ୍ନାକୁ ଆସିଛନ୍ତି। ଠକେଇ ମାମଲାରେ ମହାରାଷ୍ଟ୍ର ପୋଲିସ ତାଙ୍କୁ ଖୋଜୁ ଥିବା ବେଳେ ସେ ଉତ୍ତର ପ୍ରଦେଶ ପୋଲିସ ନିକଟରେ ସରେଣ୍ଡର କରିବାକୁ ଉଦ୍ୟମ କରୁଛନ୍ତି। ଏକ ଥାନା ଅଧିକାରୀଙ୍କ ସହ ସରେଣ୍ଡର ସମ୍ପର୍କରେ କଥା ହୋଇଥିବା ବେଳର ଅଡିଓ ଭାଇରାଲ ହୋଇଛି।

ଜଣେ ବ୍ୟକ୍ତି ଫୋନ କରି ପଚାରିଥିଲେ, ଏହା ମଦିୟାନ ଥାନା କି। ଏହା ସ୍ପଷ୍ଟ କରିବା ପରେ ମୁଁ କିରନ ଗୋସାବି। ମୁଁ ଥାନାକୁ ଆସି ଆତ୍ମସମର୍ପଣ କରିବାକୁ ଚାହୁଁଛି।

ପୋଲିସ ଅଧିକାରୀ ପଚାରିଥିଲେ, ତୁମେ ଏଠାକୁ କ’ଣ ଆସିବାକୁ ଚାହୁଁଛ।

‘ବର୍ତ୍ତମାନ ମୋ ପାଇଁ ଏହା ସବୁଠୁ ନିକଟସ୍ଥ ପୋଲିସ ଷ୍ଟେଶନ’ ବୋଲି ଗୋସାବି କହିଥିଲେ।

ଉତ୍ତରରେ ପୋଲିସ ଅଧିକାରୀ କହିଥିଲେ, ତୁମେ ଏଠାରେ ସରେଣ୍ଡର କରିପାରିବ ନାହିଁ। ଅନ୍ୟ କେଉଁଠି ଚେଷ୍ଟା କର। ପରେ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଥିଲା, ଆମ ପରିସରରେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇ ନାହିଁ।

 

Share