ନୋରା ନୁହନ୍ତି, ଏହି ପାକିସ୍ତାନୀ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଆର୍ୟନ ଖାଁ !

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ। କିଛି ଦିନ ଧରି ସେ ନୋରା ଫତେହୀଙ୍କୁ ଡେଟ୍‌ କରୁଥିବା କୁହାଯାଉଥିଲା। ହେଲେ ଏବେ କାହାଣୀ ପଲଟି ଯାଇଛି। ପାକିସ୍ତାନୀ ଅଭିନେତ୍ରୀ ସାଦିଆ ଖାଁଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଏବେ ସେ ନୋରା ନୁହନ୍ତି ବରଂ ସାଦିଆଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଭାଇରାଲ ହେଉଥିବା ଫଟୋରେ ଆର୍ୟନ ଲାଲ ରଙ୍ଗର ଟି-ଶର୍ଟ ଏବଂ ଧଳା ରଙ୍ଗର ଜ୍ୟାକେଟ ପିନ୍ଧି ବେଶ ହ୍ୟାଣ୍ଡସମ୍‌ ଲାଗୁଛନ୍ତି। ସେହିଭଳି ସାଦିଆ କଳା ରଙ୍ଗର ପୋଷାକ ପରିଧାନ କରିଛନ୍ତି। ଉଭୟ କ୍ୟାମେରାକୁ ଦେଖି ପୋଜ ଦେଇଥିବା ସ୍ପଷ୍ଟ ହୋଇଛି।

ଅଭିନୟ ବିଷୟରେ କଥା ହେଲେ ଆର୍ୟନଙ୍କୁ ଏହା ସେତେଟା ପସନ୍ଦ ନୁହେଁ। ସେ ଲେଖକ ନଚେତ ନିର୍ଦ୍ଦେଶନାକୁ ଶ୍ରେୟସ୍କର ବୋଲି ମନେ କରୁଛନ୍ତି।

Share