ଶାହରୁଖଙ୍କ ପୁଅଙ୍କୁ ଆଶ୍ୱସ୍ତି

ମୁମ୍ବାଇର ପ୍ରସିଦ୍ଧ କ୍ରୁଜ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରୁ ଆର୍ଯ୍ୟନଙ୍କ ନାମ ହଟାଇବାକୁ ନିଆଯାଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରୁଥିବା ଜନହିତ ଯାଚିକା ପ୍ରତ୍ୟାହାର କରି ନିଆଯାଇଛି। ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ସଞ୍ଜୟ ଗଙ୍ଗାପୁରୱାଲାଙ୍କ ନେତୃତ୍ୱରେ ଏକ ବେଞ୍ଚର ନିର୍ଦ୍ଦେଶ ପରେ ଏହି ଆବେଦନ ପ୍ରତ୍ୟାହାର କରାଯାଇଛି।
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ୨ ଅକ୍ଟୋବର ୨୦୨୧ରେ କର୍ଡେଲିଆ କ୍ରୁଜ ଉପରେ ଚଢାଉ କରିଥିଲା। ଏହା ପରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ଆଠ ଜଣଙ୍କୁ ଏନସିବି ଗିରଫ କରିଥିଲା। ଆର୍ଯ୍ୟନଙ୍କୁ ଏନଡିପିସି ଆକ୍ଟର ଧାରା ୮ସି, ୨୦୮, ୨୭ ଏବଂ ୩୫ ଅନୁଯାୟୀ ଗିରଫ କରାଯାଇଥିଲା।
ଏହି ମାମଲାରେ ଆର୍ଯ୍ୟନଙ୍କୁ ୨୮ ଦିନ ଜେଲରେ ରଖାଯାଇଥିଲା। ଅନ୍ତର୍ଜାତୀୟ ବଜାରରେ ଡ୍ରଗ କାରବାର ଆର୍ଯ୍ୟନ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ପରେ ଏହି ମାମଲାରେ ଆର୍ଯ୍ୟନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

Share