ଆଉ ୩ ଦିନ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ,୧୧ ।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ବନ୍ଦୀଥିବା ବଲିଉଡ୍ ଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି । ସୋମବାର ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇ ପାରି ନାହିଁ । ସେ ଆସନ୍ତା ୧୩ ତାରିଖ ଅର୍ଥାତ୍ ବୁଧବାର ପର୍ଯ୍ୟନ୍ତ ସେ ଆର୍ଥର ରୋଡ ଜେଲରେ ରହିବେ । ଏହି ମାମଲାର ଶୁଣାଣି ବୁଧବାର ଦିନ ୨ଟା ୪୫ ମିନିଟରେ ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଶୁକ୍ରବାର ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ସେ ପୁଣିଥରେ ନୂଆ ଆବେଦନ କରିଥିଲେ । ଏବେ ଏହାର ଶୁଣାଣି ୧୩ ଅକ୍ଟୋବରରେ ବିଶେଷ ଏନ୍‌ଡିପିଏସ୍ କୋର୍ଟରେ ହେବ । ଏନ୍‌ସିବି ମଧ୍ୟ ଜବାବ ଦେବା ପାଇଁ କୋର୍ଟଙ୍କୁ ସମୟ ମାଗିଛି ।

Share