Categories: ଜାତୀୟ

ବାପାଙ୍କୁ ଭେଟିବାକୁ ବି ଆପଏଣ୍ଟମେଣ୍ଟ ନେଉଥିଲେ ଆର୍ୟନ

ମୁମ୍ବାଇ, ୫ା୧୦: ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କ ଗିରଫଦାରୀ ପରେ ଦିନକୁ ଦିନ ନୂଆ କଥା ସାମ୍‌ନାକୁ ଆସୁଛି। ଆମେରିକୀୟ କମିକ୍‌ ଷ୍ଟୋରୀ ‘ରିଚି ରିଚ୍‌’ ଭଳି କାହାଣୀ ଆର୍ୟନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ବାପା ଶାହରୁଖ କାମରେ ଏତେ ବ୍ୟସ୍ତ ଥାଆନ୍ତି ଯେ, ତାଙ୍କୁ ଭେଟିବାକୁ ଅନେକ ସମୟରେ ଆର୍ୟନଙ୍କୁ ଆପଏଣ୍ଟମେଣ୍ଟ ନେବାକୁ ପଡ଼େ ବୋଲି ଆର୍ୟନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)କୁ କହିଥିବା ଜଣାପଡ଼ିଛି। ପୃଥିବୀ ଗୋଲ ଭଳି ସମାନ ସଂଯୋଗ ଏବେ ଶାହରୁଖଙ୍କ କ୍ଷେତ୍ରରେ ଘଟିଛି। ଏନ୍‌ସିବି ହେପାଜତରେ ଥିବା ଆର୍ୟନଙ୍କୁ ଭେଟିବାକୁ ଏବେ ଶାହରୁଖ ଅନୁମତି ମାଗୁଛନ୍ତି। ବାପାଙ୍କୁ ଭେଟିବା ପରେ ଆର୍ୟନ ତାଙ୍କୁ ଦେଖି କାନ୍ଦିଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି।

Share