ଜନ୍ମଦିନରେ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଲେ ଆର୍ଯ୍ୟନ

ମୁମ୍ବାଇ,୧୨ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୨୮ ଦିନ ପରେ ଜେଲରୁ ମୁକୁଳିଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ୧୨ ନଭେମ୍ବର ଅର୍ଥାତ୍ ଶୁକ୍ରବାର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଏହାରି ଭିତରେ ବି ତାଙ୍କୁ ନାର୍କାଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) କାର୍ଯ୍ୟାଳୟ ଯାଇଥିବା ବେଳେ ସ୍ପଟ କରାଯାଇଛି । ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲରେ ଗିରଫ ହୋଇଥିବା ଆର୍ଯ୍ୟନଙ୍କୁ ଦୀର୍ଘ ୨୮ ଦିନ ପରେ ସର୍ତ୍ତମୂଳକ ଜାମିନ ମିଳିଛି । ଏହି ସର୍ତ୍ତ ଆଧାରରେ ପ୍ରତି ଶୁକ୍ରବାର ସେ ଏନ୍‌ସିବି ଅଫିସରେ ଦିନ ୧୨ଟାରୁ ୨ଟା ମଧ୍ୟରେ ହାଜର ହେବାକୁ କୁହାଯାଇଛି । ତେଣୁ ଶୁକ୍ରବାର ଜନ୍ମଦିନ ଥିଲେ ବି ସେ ହାଜିରା ଦେବାକୁ ଏନ୍‌ସିବି ଅଫିସ ପହଞ୍ଚିଥିଲେ । ତାଙ୍କ ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ଥିବା ମୁନମୁନ ଧମୋଚା ବି ଏନ୍‌ସିବି କାର୍ଯ୍ୟାଳୟରେ ହାଜିରା ପାଇଁ ପହଞ୍ଚିଥିଲେ ।

Share