Categories: ଜାତୀୟ

ଆର୍ଯ୍ୟନଙ୍କୁ ଜେଲ ନୁହେଁ ରିହାବ ପଠାଇବା କଥା

ମୁମ୍ବାଇ,୨୬।୧୦: ଆର୍ଯ୍ୟନ ଖାନଙ୍କୁ ଆହୁରି ଗୋଟିଏ ରାତି ଜେଲରେ କାଟିବାକୁ ପଡ଼ିବ। ତାଙ୍କ ଜାମିନ ଆବେଦନର ଶୁଣାଶିକୁ ବମ୍ବେ ହାଇକୋର୍ଟ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ୨୭ ତାରିଖ ଅପରାହ୍ନ ୨ଟା ୩୦ ହେବ।

କୋର୍ଟରେ ଆଜି ପୂର୍ବତନ ଆଟର୍ନି ଜେନେରାଲ ମୁକୁଲ ରୋହାତଗି ଯୁକ୍ତି ବାଢ଼ିଥିଲେ ଯେ, ଆର୍ଯ୍ୟନ ଖାନ ଜଣେ ଯୁବକ। ତାଙ୍କୁ ଜେଲରେ ରଖିବା ବଦଳରେ ରିହାବ ପଠାଯିବା ଉଚିତ ଥିଲା ବୋଲି କହିଛନ୍ତି। ଏଥିପୂର୍ବରୁ ଏନ୍‌ସିବି ଶାହରୁଖଙ୍କ ମ୍ୟାନେଜର ପୁଜା ଦଦଲାନି ସାକ୍ଷୀଙ୍କୁ ପ୍ରଭାବିତ ଅଭିଯୋଗ କରାଯାଇଥିଲା।

ବଲିଉଡ୍‌ ସୁପର ଷ୍ଟାର ଶାହରୁଖ ଖାନଙ୍କ ୨୩ ବର୍ଷୀୟ ପୁଅକୁ ଅକ୍ଟୋବର ୩ ତାରିଖରେ ଗିରଫ କରିଥିଲା ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)। ୮ ତାରିଖଠାରୁ ସେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ଅଛନ୍ତି। ଚଢ଼ାଉ ବେଳେ ଆର୍ଯ୍ୟନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳି ନ ଥିଲା ବୋଲି ତାଙ୍କ ଓକିଲ ବାରମ୍ବାର ଦର୍ଶାଇବା ସତ୍ତ୍ୱେ ସ୍ପେଶାଲ ଆଣ୍ଟି-ଡ୍ରଗ୍ସ କୋର୍ଟ ଆର୍ଯ୍ୟନଙ୍କ ଜାମିନକୁ ମଞ୍ଜୁରୀ ଦେଇ ନ ଥିଲେ।

Share