ମୁମ୍ବାଇ: ବଲିଉଡ୍ ଅଭିନେତା କିଙ୍ଗଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ମାବାପାଙ୍କ ସହ ଭିଡିଓ କଲ୍ରେ କଥା ହୋଇଛନ୍ତି। କୋଭିଡ୍ -୧୯ ଗାଇଡଲାଇନ୍ ଅନୁସାରେ ଜେଲରେ ଥିବା ସମସ୍ତ କଏଦୀ ସପ୍ତାହକୁ ଦୁଇଥର ତାଙ୍କ ପରିବାର ସହ କଥା ହୋଇପାରିବେ। ଏଣୁ ଜେଲ୍ କର୍ତ୍ତୃପକ୍ଷ ଆର୍ୟନଙ୍କୁ ଏକ ଫୋନ ଯୋଗାଇ ଦେଇଥିଲେ। ଅନ୍ୟପକ୍ଷେ ପୁଅ ଜେଲରେ ଥିବାରୁ ମା ଗୌରୀ ଖାନ୍ ଆର୍ୟନଙ୍କ ଶୁଭ ମନାସୀ ନବରାତ୍ରୀରେ ମାନସିକ ରଖିଛନ୍ତି। ତେବେ ଆର୍ୟନଙ୍କ ଜାମିନ ଆବେଦନ ଅକ୍ଟୋବର ୨୦ପର୍ଯ୍ୟନ୍ତ ସ୍ଥଗିତ ରହିଛି। ତାଙ୍କ ଓକିଲ ସତୀଶ ମାନସିନ୍ଦେ ଓ ଅମିତ ଦେଶାଇ ଜାମିନ ପାଇଁ ଚେଷ୍ଟା କରୁଛନ୍ତି।