Advertisement

୨୨ ଦିନ ପରେ ମୁକୁଳିଲେ ଆର୍ୟନ…

ମୁମ୍ବାଇ,୩୦।୧୦: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଶନିବାର ୨୨ ଦିନ ପରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିଛନ୍ତି। ଶାହାରୁଖ ଖାଁ ମଧ୍ୟ ଆର୍ୟନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଜେଲ ବାହାରେ ପହଞ୍ଚିଥିଲେ। ଆର୍ୟନଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିଛି। ଆର୍ଯ୍ୟନ କେବଳ ଜାମିନ ପାଇଛନ୍ତି, ମାମଲାରୁ ମୁକ୍ତି ପାଇନାହାଁନ୍ତି।

କୋର୍ଟଙ୍କ ଅନୁସାରେ ଆର୍ୟନଙ୍କ ଲାଗି କିଛି ସର୍ତ୍ତ ସ୍ଥିର କରାଯାଇଛି।

ତଦନ୍ତ ଅଧିକାରୀଙ୍କୁ ନ ଜଣାଇ ଆର୍ୟନ ମୁମ୍ବାଇ ଛାଡି ଅନ୍ୟ କୁଆଡ଼େ ଯାଇ ପାରିବେ ନାହିଁ। ପ୍ରତି ଶୁକ୍ରବାର ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୨ ଟା ମଧ୍ୟରେ ଏନସିବି କାର୍ଯ୍ୟାଳୟରେ ତାଙ୍କୁ ଉପସ୍ଥିତ ରହିବାକ ୁ ପଡ଼ିବ। ଆର୍ୟନ ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରି ପାରିବେ ନାହିଁ।

ଅନୁସନ୍ଧାନ ସହ ଜଡିତ ତଥ୍ୟ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ ଶେୟାର କରାଯାଇପାରିବ ନାହିଁ। ଆର୍ୟନଙ୍କୁ ତାଙ୍କ ପାସପୋର୍ଟକୁ ସ୍ବତନ୍ତ୍ର ଏନଡିପିଏସ କୋର୍ଟରେ ଦାଖଲ କରିବାକୁ ପଡିବ। କୋର୍ଟଙ୍କ ଅନୁମତି ବିନା ଦେଶ ବାହାରକୁ ସେ ଯାଇପାରିବେ ନାହିଁ।

ଯଦି କୌଣସି ସର୍ତ୍ତର ଉଲ୍ଲଂଘନ ହୁଏ, ତେବେ ଏନସିବି ପକ୍ଷରୁ ସ୍ବତନ୍ତ୍ର ବିଚାରପତିଙ୍କ ନିକଟରେ ଆବେଦନ କରିବାର ଅଧିକାର ରହିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share