ଲୋକପ୍ରିୟ ଶୋ’ ସରେଗାମା ପା ଲିଟିଲ୍ ଚାମ୍ପ୍ସର ଆଉ ଏକ ସିଜିନ୍ ଶେଷ ହୋଇଛି। ପ୍ରତିଥର ଭଳି ଏଥର ମଧ୍ୟ ଜଣେ ନୂଆ ଚାମ୍ପିଅନ୍ ମିଳିଛନ୍ତି। ଏଥର କେରଳର କୁନି ଝିଅ ଆର୍ଯ୍ୟନନ୍ଦା ବାବୁ ଶୋ’ର ଚାମ୍ପିୟନ୍ ହୋଇଛନ୍ତି। ଯଦିଓ ସେ ହିନ୍ଦୀ ଗୀତ ଗାଇ ଶୋ’ ଜିତିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଆର୍ଯ୍ୟନନ୍ଦାଙ୍କୁ ହିନ୍ଦୀ କହି ଆସେ ନାହିଁ କି ସେ ଏହି ଭାଷା ବୁଝି ମଧ୍ୟ ପାରନ୍ତି ନାହିଁ। ସେ ଏହି ଶୋ’ରେ ଭାଗ ନେବା ବେଳେ ଏହା କହିଥିଲେ। ସେ ଘୋଷି ଘୋଷି ଗୀତ ମନେ ରଖୁଥିଲେ। ଏହା ସତ୍ତ୍ୱେ ସେ ଟାଇଟେଲ୍ ବିଜୟୀ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଶୋ’ ଜିତିବା ପରେ ତାଙ୍କୁ ଅନେକ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିଛି। ଶୋ’ର ଜଜ୍ ହିମେଶ ରେଶମିଆ, ଅଳକା ୟାଗ୍ନିକ୍ ଏବଂ ଜାଭେଦ ଅଲ୍ଲୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ତାଙ୍କ ପାଇଁ ପ୍ରେରଣା ମୋତେ ଏଠାରେ ପହଞ୍ଚାଇଛି ବୋଲି ସେ କହିିଛନ୍ତି।