ପ୍ରାର୍ଥନା କରୁଛନ୍ତି ଆର୍ୟନଙ୍କ ସାଙ୍ଗ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାରେ ଆର୍ୟନ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ମଙ୍ଗଳବାର ସ୍ଥଗିତ ରଖାଯାଇଥିବା ବେଳେ ବୁଧବାର ପୁଣି ଏହାର ଶୁଣାଣି ହେବ। ଆର୍ୟନଙ୍କୁ ଜାମିନ ନ ମିଳୁଥିବାରୁ ଶାହାରୁଖ ଖାନ୍‌ ଓ ଗୌରୀ ଖାନ୍‌ ଚିନ୍ତାରେ ଅଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗମାନେ ଜାମିନ ପାଇଁ ପ୍ରାର୍ଥନା କରୁଥିବା ଜଣାପଡ଼ିଛି। ସେ ଆମେରିକାର କାର୍ଲିଫର୍ଣ୍ଣିଆରେ ଫିଲ୍ମ ନିର୍ମାଣ ଅଧ୍ୟୟନ କରୁଥିବା ବେଳେ ସେଠାରେ ବହୁ ସମୟ ବିତାଇଥିଲେ। ତାଙ୍କର ସବୁ ସାଙ୍ଗ ପ୍ରାୟତଃ ଆମେରିକା ଓ ବ୍ରିଟେନ୍‌ର।
ବିଶେଷ ସୂତ୍ରରୁ ପ୍ରକାଶ ଯେ, ଆର୍ୟନଙ୍କ ସାଙ୍ଗମାନେ ନିକିରେନ ବୌଦ୍ଧ ଧର୍ମର ମନ୍ତ୍ର-ନାମ ମିହୋ ରେଙ୍ଗେ କିୟୋ ଜପ କରିଛନ୍ତି। ଏହି ମନ୍ତ୍ର ସାଧାରଣତଃ ବିଶ୍ୱର ମଙ୍ଗଳ କାମନା ପାଇଁ କରାଯାଏ ବୋଲି ବିଶ୍ୱାସ ରହିଛି।

Share