
ଛତ୍ରପୁର,୭ା୪(ସନ୍ତୋଷ ପାଢ଼ୀ): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବ। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହା କହିଛନ୍ତି।
ସେ କହିଛନ୍ତି ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ସ୍ଥାନାନ୍ତର ପାଇଁ ନୂତନ ଜମି ଚିହ୍ନଟ କରାଯାଇ, ହସ୍ତାନ୍ତର କରିବା ନିମନ୍ତେ ଛତ୍ରପୁର ତହସିଲଦାରଙ୍କ ଦ୍ବାରା ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ, ସମୁଦ୍ର କୁଳ ଖାଉଥିବାରୁ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଆଗାମୀ କିଛି ଦିନ ମଧ୍ୟରେ ସମୁଦ୍ର ଗର୍ଭରେ ଲୀନ ଲୀନ ହେବା ଆଶଙ୍କା ରହିଛି ପୂର୍ବରୁ ସମୁଦ୍ର ପାଣିରେ ଥାନାର ପାଚେରି ଭାଙ୍ଗିଯାଇଥିଲା ।