ମୁମ୍ବାଇ: କୌନ ବନେଗା କୋରଡ଼ପତି ସିଜନ-୧୩ରେ ବିଗ୍ ବି ଅମିତାଭ ବଚ୍ଚନ ତାଙ୍କ ପିଲାଦିନର କଥା ଶେୟାର କରିଛନ୍ତି। ଶୋ’ରେ ଜଣେ ପ୍ରତିଯୋଗୀ ଅମିତାଭଙ୍କୁ ତାଙ୍କ ପିଲାଦିନର କଥା ପଚାରିଥିଲେ। ସେତେବେଳେ ବିଗ୍ ବି କହିଥିଲେ। ଥରେ ଶିକ୍ଷକ ତାଙ୍କୁ ବାଡ଼ିରେ ପିଟିଥିଲେ। ସେ ଶିକ୍ଷକଙ୍କଠାରୁ ବେତ ଛଡ଼ାଇ ଶିକ୍ଷକଙ୍କୁ ପିଟିଥିଲେ।
ଶୋ’ରେ ହଟ୍ ସିଟ୍ରେ ବସିଥିବା ତେଜପୁରର ପ୍ରତିଯୋଗୀ ତୁଷାର ଭରଦ୍ୱାଜ ବିଗ୍-ବିଙ୍କୁ ସ୍କୁଲରେ ପିଲାଦିନର ଦୁଷ୍ଟାମୀ କଥା ପଚାରିଥିଲେ। ବିଗ୍-ବି କହିଥିଲେ, ସେ ସ୍କୁଲରୁ ଖେଳିବା ପାଇଁ ସାଙ୍ଗମାନଙ୍କ ସହ ଲୁଚି ପଳାଥିଲେ। ଶିକ୍ଷକ ଦେଖିଦେଲେ ଖୁବ୍ ପିଟୁଥିଲେ।