Categories: ଜାତୀୟ

ଅକ୍ସିଜେନ୍‌ ଅଭାବରୁ ୨୪ ଘଣ୍ଟାରେ ୨୪ ରୋଗୀଙ୍କ ଜୀବନ ଗଲା

ବେଙ୍ଗାଲୁରୁ,୩।୫: କର୍ନାଟକର ଚାମରାଜନଗର ଜିଲାରେଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଥିବା ଜିଲା ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ କରୋନା ସଂକ୍ରମିତ ରୋଗୀ ମଧ୍ୟ ସାମିଲ ଅଛନ୍ତି। କୁହାଯାଉଛି ଯେ ଏହି ରୋଗୀମାନେ ଅମ୍ଳଜାନ ଅଭାବ ଏବଂ ଅନ୍ୟାନ୍ୟ କାରଣରୁ ମୃତ୍ୟୁବରଣ କରିଛନ୍ତି। ମନ୍ତ୍ରୀ ଏସ ସୁରେଶ କହିଛନ୍ତି ଯେ, ଅଡ଼ିଟ ରିପୋର୍ଟକୁ ଅପେକ୍ଷା କରାଯାଇଛି, ଯାହା ପରେ ମତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ଚାମରାଜନଗର ଜିଲା ଡାକ୍ତରଖାନାରେ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ଜିଲା କଲେକ୍ଟରଙ୍କ ସହ କଥା ହୋଇଥିଲେ। ମେ ୪ରେ ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିବାକୁ ମଧ୍ୟ ସୂଚନା ଦିଆଯାଇଛି। ଚାମରାଜନଗର ଜିଲା ଇନଚାର୍ଜ ମନ୍ତ୍ରୀ ଏସ ସୁରେଶ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଖାନାରେ ଅମ୍ଳଜାନ ଅଭାବ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share