Categories: ଜାତୀୟ

ହରିୟାଣାରେ ଟି-୨୦ ଭଳି ରୋମାଞ୍ଚ, ଘଣ୍ଟାକେ ଛୁଟୁଛି ଘୋଡ଼ା

ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ବେଳକୁ ଏଠାରେ କଂଗ୍ରେସ ଆଗରେ ଥିବା ବେଳେ ଅନେକେ ଅନୁମାନ ଲଗାଇଥିଲେ କି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ। ହେଲେ ଘଣ୍ଟାକେ ଘୋଡ଼ା ଛୁଟିବା ନ୍ୟାୟରେ ବାଜି ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି। ଇଭିଏମ ମେଶିନର ଭୋଟ ଗଣତି ପରେ ଭାଜପା ପ୍ରାର୍ଥୀ ୯୦ ଆସନ ମଧ୍ୟରୁ ପ୍ରାୟ ୫୦ ଆସନରେ ଆଗୁଆ ରହିଛନ୍ତି। ଏହି କ୍ରମରେ ଏବେ କୁହାଯାଉଛି କି ଭାଜପାକୁ ହରାଇବା ଏତେ ସହଜ କଥା ନୁହେଁ। ତେବେ ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହେବ ଯେ କାହାକୁ ମିଳିଲା ସଂଖ୍ୟା ଗରିଷ୍ଠତା ଆଉ କିଏ ଗଢିବେ ସରକାର। ଏଠାରେ ଭିନେଶ ଫୋଗାଟ ପ୍ରଥମ ପର୍ଯ୍ୟାୟରେ ଆଗରେ ଥିବା ବେଳେ ଏବେ ସେ ପଛେଇ ଯାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି ଆଗରେ ରହିଛନ୍ତି।

Share