ନୂଆଦିଲ୍ଲୀ,୩୧ା୧୨: କଂଗ୍ରେସ ନେତା ରହୁଲ ଗାନ୍ଧୀ ଶନିବାର ଦୃଢତାର ସହ କହିଛନ୍ତି, ମୁଁ ଆପଣଙ୍କୁ ଗୋଟିଏ କଥା ଲେଖିକି ଦେଉଛି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ କଂଗ୍ରେସ ପୋଛିନେବ। ଭାଜପାକୁ କେଉଁଠି ହେଲେ ଦେଖିବାକୁ ମିଳିବନି। ଏନେଇ ମୁଁ ଗ୍ୟାରେଣ୍ଟି ଦେଉଛି।
ମଧ୍ୟପ୍ରଦେଶରେ ଭାଜପା ଟଙ୍କା ଖର୍ଚ୍ଚ କରି ସରକାର କରିଛି ବୋଲି ଏହା ସମସ୍ତେ ଜାଣନ୍ତି। ତେଣୁ ସାଧାରଣ ଜନତା ଉଚିତ ଜବାବ ଦେବେ।
ନୂଆଦିଲ୍ଲୀରେ ଆଜି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି, ୨୦୨୩ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ସେ ଗତ ନଭେମ୍ବରରେ ମଧ୍ୟପ୍ରଦେଶରେ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେ ରାଜ୍ୟର ଭାଜପା ସରକାର ଉପରେ ପ୍ରଶ୍ନ ଉଠାଇଥିଲେ।