Categories: ଜାତୀୟ

ଯେପର୍ଯ୍ୟନ୍ତ ଭକ୍ତମାନେ ଜୀବିତ ଅଛନ୍ତି, କେହି ‘ଧର୍ମ’କୁ ଚ୍ୟାଲେଞ୍ଜ କରିପାରିବେ ନାହିଁ: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୭।୯: ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବିବୃତ୍ତିକୁ ନେଇ ରାନନୈତିକ ବାକ୍‌ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ସନାତନ ଧର୍ମର ସମାପ୍ତି ପ୍ରସଙ୍ଗରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଉପରେ ଭାଜପା କ୍ରମାଗତ ଟାର୍ଗେଟ୍‌ କରୁଛି। ଏହି କ୍ରମରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଉଦୟନିଧିଙ୍କ ବିବୃତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଦ୍ୱାରକାଠାରେ ଜନ୍ମାଷ୍ଟମୀ ମହୋତ୍ସବରେ ଯୋଗ ଦେଇ ସେ କହିଛନ୍ତି, ଯେଉଁମାନେ ସନାତନ ଧର୍ମକୁ ଚ୍ୟାଲେଞ୍ଜ କରିଛନ୍ତି, ସେମାନଙ୍କ ନିକଟରେ ଆମର ସ୍ବର ପହଞ୍ଚିବା ଉଚିତ୍‌। ଯେପର୍ଯ୍ୟନ୍ତ ଭକ୍ତମାନେ ଜୀବିତ ଅଛନ୍ତି, ଆମର ଧର୍ମ ଏବଂ ବିଶ୍ୱାସକୁ କେହି କ୍ଷତି ପହଞ୍ଚାଇ ପାରିବେ ନାହିଁ।
ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିବା ଉଦୟନିଧି ଷ୍ଟାଲିନ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗ ସହ ତୁଳନା କରିଥିଲେ। ଏଥିସହ ସେ ସନାତନ ଧର୍ମକୁ ରଦ୍ଦ କରିବାକୁ କହିଥିଲେ।

Share