୫୪୫ ପ୍ରାର୍ଥିପତ୍ର ଦାଖଲ କଲେ ଆଶାୟୀ

ବଅଁରପାଳ/ ବଇଣ୍ଡା/ ଛେଣ୍ଡିପଦା, ୧୮।୧(ଡି.ଏନ.ଏ.) ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ ହୋଇଛି। ନିୟମ ଅନୁଯାୟୀ ଏହା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୨ ତାରିଖରେ ପ୍ରାର୍ଥତ୍ପତ୍ର ଯାଞ୍ଚ କରାଯିବ ଓ ୨୫ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ଅନୁଗୋଳ ଜିଲାରେ ମୋଟ୍‌ ୫୪୫ ପ୍ରାର୍ଥିପତ୍ର ଦାଖଲ ହୋଇଛି। ତେବେ ଜିଲା ପରିଷଦ ପଦବୀ ନିମନ୍ତେ ଗୋଟିଏ ହେଲେ ନାମାଙ୍କନପତ୍ର ଦାଖଲ ହୋଇନାହିଁ।
ଅନୁଗୋଳ ଜିଲାର ୨୨୫ଟି ପଞ୍ଚାୟତ ଓ ୨୮ଟି ଜିଲା ପରିଷଦ ଜୋନ୍‌ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଜିଲା ରାଜନୀତି ସରଗରମ ହୋଇପଡ଼ିଛି। ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡମେମ୍ବର ନିର୍ବାଚନ ଦଳୀୟ ଭିତ୍ତିରେ ହେଉ ନ ଥିବାବେଳେ ଜିଲା ପରିଷଦ ଜୋନ୍‌ ପାଇଁ ବିଜେଡି, ଭାଜପା ଓ କଂଗ୍ରେସ ଦଳ ମଧ୍ୟରେ କଡ଼ା ଟକ୍କର ହେବ। ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ଜିଲାର ୮ଟି ବ୍ଲକରୁ ୯୫ ଜଣ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ୩୮ ଜଣ ସମିତି ସଭ୍ୟ ପଦବୀ ପାଇଁ ଓ ୪୧୨ ଜଣ ୱାର୍ଡ ସଭ୍ୟ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିଲା ପରିଷଦ ଜୋନ୍‌ ନିମନ୍ତେ ଏଯାଏ ୩ ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ ସ୍ବାଧୀନ ଭାବେ ମଧ୍ୟ ଲଢ଼ିବାକୁ କେହି ପ୍ରଥମ ଦିନରେ ପ୍ରାର୍ଥତ୍ପତ୍ର ଦାଖଲ କରି ନ ଥିବା ଜିଲା ପଞ୍ଚାୟତ ଅଧିକାରୀ ଗଜେନ୍ଦ୍ର ବାରିକ ସୂଚନା ଦେଇଛନ୍ତି। କେବଳ କିଶୋରନଗର ବ୍ଲକରେ ୩୫ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଓ୍ବାର୍ଡ ସଭ୍ୟ ପାଇଁ ୨୯ ଓ ସରପଞ୍ଚ ପଦବୀ ପାଇଁ ୫ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବ୍ଲକ ନିର୍ବାଚନ ଅଧିକାରୀ ଡ. ସ୍ବରୂପା ନନ୍ଦ ସାହୁ ପ୍ରକାଶ କରିଛନ୍ତି। ପାଲଲହଡ଼ା ବ୍ଲକରେ ମୋଟ ୪୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ସମିତି ସଭ୍ୟ ପଦବୀ ପାଇଁ ୩୬ ଜଣ, ସମିତି ସଭ୍ୟ ପାଇଁ ୨ ଓ ସରପଞ୍ଚ ପଦବୀ ନିମନ୍ତେ ୬ଟି ନାମାଙ୍କନପତ୍ର ଦାଖଲ କରାଯାଇଥିବା ସୂଚନା ମିଳିଛି। ଛେଣ୍ଡିପଦା ବ୍ଲକରେ ପ୍ରଥମ ଦିନରେ ୫୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଓ୍ବାର୍ଡ ସଭ୍ୟ ପାଇଁ ୫୦ ଜଣ, ସରପଞ୍ଚ ପଦବୀ ନିନ୍ତେ ୮ ଜଣ ଓ ସମିତି ସଭ୍ୟ ପାଇଁ ଜଣେ ପାର୍ଥତ୍ପତ୍ର ଦାଖଲ କରିଥିବା ସୂଚନା ମିଳିଛି।

Share