ବମ୍ବେ: ଆରମ୍ଭ ହେବା ପରଠାରୁ ଚର୍ଚ୍ଚାରେ ଗାୟକ ମିକା ସିଂହଙ୍କ ସ୍ବୟମ୍ବର ଶୋ’। ଏବେ ଏଥିରେ କେବଳ ଚାରିଜଣ ପ୍ରତିଯୋଗୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ମିକାଙ୍କ ହୃଦୟର ରାଣୀ ସାଜିବେ। ହେଲେ ଶେଷ ଏପିସୋଡ୍ ପ୍ରସାରିତ ହେବା ପୂର୍ବରୁ ମିକାଙ୍କ ଜୀବନସାଥୀ ବିଷୟରେ ନାନାଦି ଚର୍ଚ୍ଚା ହେଉଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ମିକାଙ୍କ ଦୀର୍ଘଦିନର ପ୍ରେମିକା ଆକାଂକ୍ଷା ପୁରୀ ଶୋ’ର ବିଜେତା ହୋଇଛନ୍ତି। ସେ ମିକାଙ୍କ ହୃଦୟ ସହ ଶୋ’ ଜିତିଛନ୍ତି। ଏନେଇ ପଚରାଯିବାରେ କିନ୍ତୁ ଆକାଂକ୍ଷା କଥାକୁ ହସିହସି ଏଡ଼ାଇଛନ୍ତି। ଶୋ’ ଟେଲିକାଷ୍ଟ ହୋଇ ନ ଥିବାରୁ ସେ ତା ବିଷୟରେ କିଛି କହିପାରିବେ ନାହଁି ବୋଲି କହିଛନ୍ତି।
ଗତ ୧୦-୧୨ ବର୍ଷ ଧରି ଆକାଂକ୍ଷା ଏବଂ ମିକା ପରସ୍ପରର ଭଲ ବନ୍ଧୁ। ଅନେକ ଥର ଉଭୟଙ୍କ ମଧ୍ୟରେ ପ୍ରେମ ଚାଲିଥିବା କୁହାଯାଇଛି। ହେଲେ ଉଭୟ ନିରବ ରହି କିଛି ଉତ୍ତର ଦେଉ ନ ଥିଲେ। ଏବେ କିନ୍ତୁ ମିକାଙ୍କୁ ଅନ୍ୟ ଯୁବତୀଙ୍କ ସହ ଦେଖିବା ପରେ ଆକାଂକ୍ଷା ତାଙ୍କୁ ଭଲ ପାଉଥିବା ଅନୁଭବ କରିଥିବା କହିଛନ୍ତି। ଏହାପରେ ସେ ଶୋ’ରେ ଓ୍ବାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ଭାଗ ନେଇ ଜିତିଥିବା କୁହାଯାଉଛି। ତେବେ କଥାଟି କେତେ ସତ କେତେ ମିଛ ତାହା ଆଗାମୀ ଦିନରେ ଜଣାପଡ଼ିବ।