ସମ୍ପତ୍ତି ଭାଗ ନ ହେବାରୁ ବାପାଙ୍କୁ କାନ୍ଧ ଦେଲାନି ପୁଅ

ଭଦ୍ରକ, ୨୬।୮(ସନାତନ ରାଉତ ): ବାପା ସମ୍ପତ୍ତି ଭାଗ ନ ହେବାରୁ କାନ୍ଧ ଦେଲାନି ପୁଅ l ଶେଷରେ ବଡବାପା ପୁଅ ଓ ଗାଁ ଲୋକଙ୍କୁ ସାଥୀରେ ନେଇ ଅନ୍ତିମ ସତ୍କାର କରିଛନ୍ତି ଝିଅ l ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବନ୍ତ ବ୍ଲକ ଦେବତାଗଡ଼ିଆ ଗ୍ରାମରେ।

ଗ୍ରାମର ରଙ୍ଗାଧର ଜେନା(୬୨) ଙ୍କ ପ୍ରଥମ ସ୍ତ୍ରୀଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ। ସେ ଦ୍ୱିତୀୟ ବିବାହ କରିବା ପରେ ତାଙ୍କର ଗୋଟିଏ ଝିଅ ହୋଇଥିଲା l ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ, ଝିଅ ମାମୁ ଘର ସେହି ବ୍ଲକ ପୋଡ଼ପଟଣା ଗ୍ରାମରେ ରହୁଛନ୍ତି। ଗତ ଗୁରୁବାର ରାତିରେ ରଙ୍ଗାଧରଙ୍କ ମୃତ୍ୟୁ ଘଟିଥିଲା l ସକାଳେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ, ଝିଅ ଆସିଥିଲେ l ପ୍ରଥମେ ସମ୍ପତ୍ତି ଭାଗ ହେବା ପାଇଁ ଆଲୋଚନା କରିବାକୁ କହିଥିଲେ। ତାହା ନ ହେବାରୁ ବାପାଙ୍କୁ କାନ୍ଧ ନ ଦେଇ ଫେରିଯାଇଥିଲେ। ସରପଞ୍ଚ ସଂଗ୍ରାମ କେଶରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଦ୍ୱିତୀୟ ସ୍ତ୍ରୀଙ୍କ ଝିଅ ପୂର୍ଣ୍ଣମା ବଡବାପା ପୁଅଙ୍କ ସହ ଗ୍ରାମବାସୀଙ୍କ ସହ ଅନ୍ତିମ ସତ୍କାର କରିଥିଲେ। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Share