Categories: ଜାତୀୟ

ଟୁଇଟରରେ ଟ୍ରେଣ୍ଡ କରୁଛି #ରିଜେକ୍ଟ_ଜମାଟୋ

ନୂଆଦିଲ୍ଲୀ,୧୯।୧୦: ରିଫଣ୍ଡ ଦାବି କରିବାରୁ ତାମିଲନାଡୁର ଜଣେ ଗ୍ରାହକଙ୍କୁ ହିନ୍ଦୀ ଶିଖିବାକୁ ପରାମର୍ଶ ଦେଇଛନ୍ତି ଜମାଟୋର କଷ୍ଟମର କେୟାର ଅଧିକାରୀ। ସୋସିଆଲ ମିଡିଆରେ ଏହି ଘଟଣା ପ୍ରଚାରିତ ହେବା ପରେ ଉକ୍ତ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ଡେଲିଭର କରୁଥିବା ଆପ୍‌ର ପ୍ରତିଷ୍ଠାତା ଦୀପେନ୍ଦର ଗୋୟଲ। ଦେଶରେ ସହନଶୀଳତାର ସ୍ତର ଆହୁରି ଊର୍ଦ୍ଧ୍ୱରେ ରହିବା ଦରକାର ବୋଲି ସେ ଟୁଇଟ୍‌ କରିଥିଲେ। ସେହି ଟୁଇଟରେ ଆହୁରି ଉଲ୍ଲେଖ କରିଥିଲେ ‘ତାମିଲନାଡୁକୁ ଆମେ ଭଲ ପାଉ’।

ରିଫଣ୍ଡକୁ ନେଇ ଜମାଟୋର କଷ୍ଟମର କେୟାର ଅଧିକାରୀଙ୍କ ସହ ଯୁକ୍ତିତର୍କ ପରେ ଟୁଇଟରରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ବିକାଶ ନାମକ ଜଣେ ୟୁଜର। ଏହା ପରଠୁ ଟୁଇଟରରେ ଟ୍ରେଣ୍ଡ ପାଲଟିଛି #ରିଜେକ୍ଟ_ଜମାଟୋ।

”ଜମାଟୋରୁ ଖାଦ୍ୟ ମଗାଇଥିଲି। ନିର୍ଦ୍ଧିଷ୍ଟ ଆଇଟମ୍‌ ନ ମିଳିବାରୁ ମୁଁ କଷ୍ଟମର କେୟାରକୁ ଫୋନ କରି ଜଣାଇବା ସହ ରିଫଣ୍ଡ ଦାବି କରିଥିଲେ। କିନ୍ତୁ ମୁଁ ହିନ୍ଦୀ ଜାଣି ନ ଥିବାରୁ ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି କଷ୍ଟମର କେୟାର ପକ୍ଷରୁ କୁହାଯାଇଥିଲା। ଏଥିରୁ ଏକ ଶିକ୍ଷା ପାଇଲି, ଜଣେ ଭାରତୀୟ ହୋଇଥିବାରୁ ମୋତେ ହିନ୍ଦୀ ଜଣିବା ନିହାତି ଦରକାର“ ବୋଲି ଗ୍ରାହକ ବିକାଶ ଟୁଇଟ୍‌ କରିଥିଲେ। ଏଥିରେ ସେ ଆଟାଚ୍‌ କରିଥିଲେ ଅର୍ଡରର ସ୍କ୍ରିନଶଟ୍‌।

ସ୍କ୍ରିନଶଟ୍‌ରେ କଷ୍ଟମର କେୟାର ଅଧିକାରୀ ଲେଖିଥିଲେ, ହିନ୍ଦୀ ଆମର ଜାତୀୟ ଭାଷା। ତୁମେ ଏହା ଜାଣିବା ଦରକାର। ଏହା ଏତେ ସାଧାରଣ ଭାଷା ଯେ, ସଭିଙ୍କୁ ଜଣା ରହିବା ଉଚିତ।

କଷ୍ଟମର କେୟାର ଏଜେଣ୍ଟଙ୍କ ଏଭଳି ଆଚରଣରେ ଆମେ ଦୁଃଖିତ। ଅବହେଳା କାରଣରୁ ତାଙ୍କୁ ଟର୍ମିନେଟ୍‌ କରାଯାଇଛି। ଆମେ ପ୍ରୋଟୋକଲ ମଧ୍ୟରେ ରହି ତାଙ୍କୁ ଟର୍ମିନେଟ୍‌ କରିଛୁ। ତାଙ୍କ ଆଚରଣ ସମ୍ପୂର୍ଣ୍ଣ ରୂପେ କମ୍ପାନୀର ନିୟମ ବିରୋଧରେ ବୋଲି କମ୍ପାନୀ ପକ୍ଷରୁ ଉଭୟ ଇଂଲିଶ ଓ ତାମିଲ ଭାଷାରେ ଟୁଇଟ୍‌ କରାଯାଇଛି।

Share