Categories: ଖେଳ

ପନ୍ତଙ୍କୁ ଚାପୁଡା ମାରିବାକୁ ଚାହୁଁଛନ୍ତି କପିଲ ଦେବ

ନୁଆଦିଲ୍ଲୀ,୮।୨: ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଡିସେମ୍ବର ୩୦ରେ ଏକ ଭୟଙ୍କର କାର ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ। ଗୁରୁତର ଆହତ ହେବା ପରେ ସେ ଏବେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ପନ୍ତଙ୍କ ଅସ୍ତ୍ରୋପଚାର ହୋଇଛି। ୬ ମାସ ମଧ୍ୟରେ ସେ କ୍ରିକେଟ୍‌କୁ ଫେରିବା କଷ୍ଟକର। ଏସବୁ ଭିତରେ ଭାରତୀୟ କ୍ରିକେଟ କିମ୍ବଦନ୍ତୀ କପିଲ ଦେବ ପନ୍ତଙ୍କୁ ଏକ ଚାପୁଡା ମାରିବାକୁ ଚାହୁଁଥିବା କହିଛନ୍ତି। ଯେପରି ପିଲାମାନେ ଭୁଲ୍‌ କଲେ ମାତାପିତାଙ୍କୁ ଚାପୁଡ଼ା ମାରିବାର ଅଧିକାର ଅଛି, ସେହିପରି ପନ୍ତ ସୁସ୍ଥ ହେବା ପରେ କପିଲ ତାଙ୍କୁ ଚାପୁଡା ମାରିବେ ବୋଲି କହିଛନ୍ତି।
କପିଲ ଦେବ କହିଛନ୍ତି, ପନ୍ତଙ୍କ ଅନୁପସ୍ଥିତି ଭାରତୀୟ ଦଳକୁ ଅଡୁଆରେ ପକାଇଛି। ମୋର ତାଙ୍କ ପ୍ରତି ବହୁତ ଭଲପାଇବା ଅଛି। ମୁଁ ଚାହୁଁଛି ସେ ଶୀଘ୍ର ସୁସ୍ଥ ହୁଅନ୍ତୁ, ଯାହା ଦ୍ୱାରା ମୁଁ ଯାଇ ତାଙ୍କୁ ଚାପୁଡ଼ା ମାରିବି ଏବଂ ନିଜେ ଯତ୍ନ ନେବାକୁ କହିବି। ଆଜିର ଯୁଗର ଯୁବକମାନେ କାହିଁକି ଏପରି ଭୁଲ କରନ୍ତି? ଏଥିପାଇଁ ତାଙ୍କୁ ମାଡ ହେବା ଉଚିତ୍‌।

Share