Categories: ଜାତୀୟ

କେନ୍ଦ୍ରମନ୍ତ୍ରୀ ହେବା ମାତ୍ରେ ନିଜ ରାଜ୍ୟ ପାଇଁ ଟଙ୍କା ବର୍ଷା କଲେ ‘ମାମା’

ଭୋପାଳ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂତନ ଏନଡିଏ ସରକାରରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କେନ୍ଦ୍ର କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। କୃଷି ମନ୍ତ୍ରଣାଳୟ ବ୍ୟତୀତ ମଧ୍ୟପ୍ରଦେଶରେ ‘ମାମା’ ଭାବରେ ଜଣାଶୁଣା ଶିବରାଜ ସିଂ ଚୌହାନଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମଧ୍ୟ ମିଳିଛି।
ସେ କେନ୍ଦ୍ରୀୟ ମନ୍ତ୍ରୀ ହେବା ମାତ୍ରେ ମଧ୍ୟପ୍ରଦେଶକୁ ଏକ ବଡ ଉପହାର ଦେଇଛନ୍ତି। ମଧ୍ୟପ୍ରଦେଶର ଗ୍ରାମୀଣ ରାସ୍ତାର ବିକାଶ ପାଇଁ ୧୫୦.୭୨ କୋଟି ଦେଇଛନ୍ତି। ଗ୍ରାମୀଣ ବସତି ଏହି ନିଷ୍ପତ୍ତିର ପ୍ରତ୍ୟକ୍ଷ ଲାଭ ପାଇବ।
ଶିବରାଜ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗ୍ରାମାଞ୍ଚଳରେ ବିକାଶର ଗତି ତ୍ୱରାନ୍ବିତ ହେବା ଆମର ସଂକଳ୍ପ।୍‌ ଏହି ସଂକଳ୍ପ (ଗ୍ରାମୀଣ ବିକାଶ)କୁ ପୂରଣ କରିବା ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଶିବରାଜ ସିଂ ଚୌହାନ କହିଛନ୍ତି।
ଏହି ସଂକଳ୍ପ (ଗ୍ରାମୀଣ ବିକାଶ) କୁ ପୂରଣ କରିବା ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଶିବରାଜ ସିଂ ଚୌହାନ କହିଛନ୍ତି। ଏହି ନିଷ୍ପତ୍ତି ୮ଟି ଜିଲାକୁ ସଂଯୋଗ କରୁଥିବା ୪୦ଟି ଲମ୍ବା ପକ୍କା ରାସ୍ତା ନିର୍ମାଣ କରାଯିବ।

Share