Categories: ଫୁରସତ

ଏହି ରେଷ୍ଟୁରାଣ୍ଟକୁ ପଶିବା ମାତ୍ରେ ଖାଇବେ ଶକ୍ତ ଚାପୁଡା, ତଥାପି ହେଉଛି ଭିଡ଼

ରେଷ୍ଟୁରାଣ୍ଟରେ ଖାଇବା ସମସ୍ତଙ୍କ ପାଇଁ ସ୍ବତନ୍ତ୍ର। ରେଷ୍ଟୁରାଣ୍ଟରେ ପ୍ରବେଶ କରିବା ମାତ୍ରେ ଗ୍ରାହକମାନଙ୍କୁ ଏକ ସ୍ବତନ୍ତ୍ର ଢଙ୍ଗରେ ସ୍ବାଗତ କରାଯାଏ। କିନ୍ତୁ ଦୁନିଆରେ ଏପରି ଏକ ରେଷ୍ଟୁରାଣ୍ଟ ମଧ୍ୟ ଅଛି, ଯେଉଁଠାରେ ଗ୍ରାହକମାନେ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ଚାପୁଡ଼ା ମରାଯାଏ। ଚାପୁଡ଼ା ମାରିବା ହେତୁ ଏହି ରେଷ୍ଟୁରାଣ୍ଟ ସାରା ବିଶ୍ୱରେ ପ୍ରସିଦ୍ଧ। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଏହି ରେଷ୍ଟୁରାଣ୍ଟର ନାମ ହେଉଛି ଶାଚିହୋକୋୟା-ୟା(Shachihokoya-ya)। ଏହା ଜାପାନର ନାଗୋୟାଠାରେ ଅବସ୍ଥିତ। କୁହାଯାଏ ଯେ, ଲୋକମାନେ ଏହି ରେଷ୍ଟୁରାଣ୍ଟରେ ଚାପୁଡ଼ା ମାରିବା ପାଇଁ ଟଙ୍କା ମଧ୍ୟ ଦିଅନ୍ତି। ଲୋକମାନେ ଚାପୁଡ଼ା ମାରିବା ପାଇଁ ୩୦୦ ଜାପାନୀ ୟେନ ଅର୍ଥାତ୍‌ ୧୬୯ ଟଙ୍କା ଖର୍ଚ୍ଚ କରନ୍ତି। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳେ ଯେ ରେଷ୍ଟୁରାଣ୍ଟରେ ପ୍ରବେଶ କରିବା ମାତ୍ରେ ଓ୍ବେଟ୍ରେସ୍‌ ଗ୍ରାହକଙ୍କୁ ଚାପୁଡ଼ା ମାରୁଛନ୍ତି। ଚାପୁଡ଼ା ଏତେ ଶକ୍ତିଶାଳୀ ଯେ ଲୋକମାନେ ନିଜକୁ ନିୟନ୍ତ୍ରଣ ମଧ୍ୟ କରିପାରିବେ ନାହିଁ। ଏହି ରେଷ୍ଟୁରାଣ୍ଟ ୨୦୧୨ରେ ଖୋଲା ଯାଇଥିଲା। ନ ଚାଲିବାରୁ କିଛି ଦିନ ପରେ ଏହା ବନ୍ଦ ହେବାର ଥିଲା କିନ୍ତୁ ପରେ ଲୋକଙ୍କୁ ସ୍ବାଗତ କରିବା ପାଇଁ ଚାପୁଡ଼ା ମାରିବା ପରମ୍ପରା ଏଠାରେ ଆରମ୍ଭ ହୋଇଥିଲା। ଏହା ପରେ ରେଷ୍ଟୁରାଣ୍ଟକୁ ଏବେ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି।

Share