Categories: ଜାତୀୟ

ଶବବୁହା ଗାଡ଼ି ନ ମିଳିବାରୁ ମୃତ ନବଜାତକକୁ ବ୍ୟାଗ୍‌ରେ ନେଲେ ବାପା

ଭୋପାଳ,୧୭।୬: ମଧ୍ୟପ୍ରଦେଶ ଜବଲପୁରରେ ଏକ ହୃହୟବିଦାରକ ଘଟଣା ସାମ୍ନାକୁ ଆସିଛି। ଡାକ୍ତରଖାନାରେ ଶବବୁହା ଗାଡ଼ି ନ ମିଳିବାରୁ ମୃତ ନବଜାତକକୁ ବ୍ୟାଗ୍‌ରେ ଭିର୍ତ୍ତି କରି ବସ୍‌ରେ ନେବାକୁ ପଡ଼ିଥିଲା। ଦିଣ୍ଡୋରି ଜିଲା ସହଜପୁରିର ଜାମାନି ଜୁନ ୧୩ରେ ମାରାଭି ଜିଲା ହସ୍ପିଟାଲରେ ଏକ ସନ୍ତାନ ପ୍ରସବ କରିଥିଲେ। ନବଜାତକଟି ଶ୍ୱାସକ୍ରିୟାଜନିତ ସମସ୍ୟା ଦେଇ ଗତି କରୁଥିବାବେଳେ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଜବଲପୁର ଡାକ୍ତରଖାନା ପଠାଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହିଁ ନବଜାତକଟିର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ପରେ ମୃତ ନବଜାତକକୁ ନେବା ପାଇଁ ଡାକ୍ତରଖାନାରେ ଶବବୁହା ଗାଡ଼ି ମିଳି ନ ଥିଲା। ଅନ୍ୟ ଗାଡ଼ି ଭଡ଼ା କରି ଘରକୁ ଯିବା ଲାଗି ଅର୍ଥ ନ ଥିବାରୁ ବାପା ସୁନୀଲ ମୃତ ନବଜାତକକୁ ବ୍ୟାଗ୍‌ରେ ଭର୍ତ୍ତି କରି ବସ୍‌ରେ ଘରକୁ ଯାଇଥିଲେ। ତେବେ ସୁନୀଲଙ୍କ ଅନୁରୋଧକ୍ରମେ ନବଜାତକକୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ସେ ସମୟରେ ନବଜାତକଟି ଜୀବିତ ଥିବା ଜବଲପୁର ମୁଖ୍ୟ ସ୍ବାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡା. ସଞ୍ଜୟ ମିଶ୍ରା କହିଛନ୍ତି।

Share