Categories: ଫୁରସତ

ହରିଣ ଭାସି ଯାଉଥିବା ବେଳେ ଦେବଦୂତ ସାଜିଲେ ବ୍ୟକ୍ତି, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହରିଣ ନାଳରେ ଭାସି ଯାଉଥିବା ବେଳେ କୁକୁର ଛୁଆଟି ମଧ୍ୟ ତାକୁ ଦେଖି ଦୌଡ଼ୁଛି। ଦେଖିଲେ ଲାଗୁଛି ଯେପରି ସେ ତାକୁ ବଞ୍ଚାଇବାକୁ ଚାହୁଁଛି। ପରେ ଜଣେ ବ୍ୟକ୍ତି ଦେବଦୂତ ସାଜି ନାଳ ପୋଲରେ ଶୋଇ ତାକୁ ଉଦ୍ଧାର କରିଛନ୍ତି। ପାଣିରୁ ଉଠି ସେ ଜଙ୍ଗଲକୁ ଦୌଡ଼ିପଳାଇଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share