ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଲା…

ବାଗଦାଦ୍‌, ୨।୬ : ଇରାକ ବର୍ତ୍ତମାନ ଏକ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଯେଉଁଥିପାଇଁ ଦେଶର ବୃହତ୍ତମ ଜଳାଶୟ ଶୁଖିଯାଇଛି।

ଏହି ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଛି। ଇରାକର ଏହି ପ୍ରାଚୀନ ସହର ଏକଦା ଉତ୍ତର ମେସୋପୋଟାମିଆର ଏକ ଇଣ୍ଡୋ-ଇରାନ ସାମ୍ରାଜ୍ୟ ମିତାନିଠାରେ ଟାଇଗ୍ରିସ ନଦୀ ଉପରେ ଅବସ୍ଥିତ ଥିଲା। କୁର୍ଦ୍ଦ ଏବଂ ଜର୍ମାନ ଅନୁସନ୍ଧାନକାରୀଙ୍କ ଏକ ଦଳ ଏହି ସହର ଆବିଷ୍କାର କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ ଖ୍ରୀଷ୍ଟପୂର୍ବ ୧୩୫୦ ମସିହାରେ ଭୂକମ୍ପରେ ଏହି ସହର ଧ୍ୱଂସ ହୋଇଯାଇଥିଲା।

ସହର ଖନନ କରିବା ସମୟରେ ପ୍ରତ୍ନତତ୍ତ୍ୱବିତ୍‌ ମାନେ ଏକ ପ୍ରାସାଦ ଏବଂ ଅନେକ ବିଶାଳ ଅଟ୍ଟାଳିକା ଆବିଷ୍କାର କରିଛନ୍ତି। ଏଥିରେ ବହୁ ବହୁ ମହଲା କୋଠା ମଧ୍ୟ ଅନ୍ତର୍ଭୁକ୍ତ ରହିଛି।ଯାହା ଷ୍ଟୋରେଜ ଏବଂ ଇଣ୍ଡଷ୍ଟ୍ରି ପାଇଁ ବ୍ୟବହୃତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ଏହି ସହରର କାନ୍ଥଗୁଡିକ ଭଲ ଭାବରେ ସଂରକ୍ଷିତ ହୋଇଛି ଯାହା ଅନୁସନ୍ଧାନକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ସହରର ଅଟ୍ଟାଳିକାର କାନ୍ଥ କାଦୁଅରେ ନିର୍ମିତ, ଯାହାକି ଦୀର୍ଘ ବର୍ଷ ଧରି ପାଣିରେ ବୁଡ଼ି ରହିବା ସତ୍ତ୍ୱେ ଭଲ ଅବସ୍ଥାରେ ଅଛି।

ଏଠାରେ ଚାଇନାର ପାତ୍ର ମିଳିଛି। ଅନୁସନ୍ଧାନକାରୀମାନେ ଅନୁମାନ କରୁଛନ୍ତି ଏବେ ମଧ୍ୟ ବହୁ ରହସ୍ୟ ଏହି ପୁରାତନ ସହରର ମାଟି ତଳେ ଦବି ରହିଛି। କୌଣସି କ୍ଷୟକ୍ଷତିରୁ ରକ୍ଷା ପାଇବା ପାଇଁ ସହରରୁ ଆବିଷ୍କୃତ ହୋଇଥିବା ଜିନିଷଗୁଡିକ ପ୍ଲାଷ୍ଟିକ ସିଟ ଦ୍ୱାରା ଆଚ୍ଛାଦିତ କରି ରଖାଯାଇଛି।

Share