Categories: ଫୁରସତ

ବସ୍‌ରେ ଚଢ଼ିବା ପାଇଁ ଜାଗା ନ ମିଳିବାରୁ ଝରକା ଦେଇ ପଶିଲେ ମହିଳା, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କୌଣସି ପୂଜାପାର୍ବଣ ଥିଲେ ଗାଡ଼ିମୋଟରରେ ଯାତ୍ରା କରିବା ଅସୁବିଧା ହୋଇଥାଏ। କାରଣ ଏହି ସମୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ଭିଡ଼ ସତ୍ତ୍ୱେ ଲୋକେ ଗାଡ଼ିରେ କିଏ ଆଗ ଚଢ଼ିବ ଯେମିତି ସେନେଇ ପ୍ରତିଯୋଗିତା କରିଥାନ୍ତି। କିଛି ଲୋକ ଏହି ଭିଡ଼ରୁ ରକ୍ଷା ପାଇବା ପାଇଁ ନିଜର ବୁଦ୍ଧି ଆଉ କୌଶଳ ଖଟାଇଥାନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିବେ।

ଏହି ଭିଡିସଟି @HasnaZaruriHai ନାମକ ‘X’ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓ ଆରମ୍ଭରେ ୟୁପି ରୋଡ୍‌ରେ ଏକ ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ବାହାରେ ବହୁ ସଂଖ୍ୟାରେ ଲୋକ ସେମାନଙ୍କ ପ୍ରବେଶକୁ ଅପେକ୍ଷା କରିଥିବାର ନଜର ଆସିଛନ୍ତ। ଏହି ସମୟରେ ଶାଢ଼ି ପିନ୍ଧିଥିବା ଜଣେ ମହିଳା ଝରକା ଦେଇ ବସ୍‌ ଭିତରକୁ ଯାଉଥିବା ନଜର ଆସିଛନ୍ତି। ଭିଡିଓରେ ଆପଣ ଦେଖିବେ ମହିଳା ଜଣକ ପ୍ରଥମେ ତାଙ୍କ ଚପଲ କାଢ଼ି ବସ୍‌ ଭିତରେ ଥିବା ଜଣେ ବ୍ୟକ୍ତିଙ୍କୁ ଦେଉଛନ୍ତି ଏବଂ ପରେ ଉକ୍ତ ବ୍ୟକ୍ତି ମହିଳାଙ୍କ ହାତ ଧରି ଝରକା ଦେଇ ବସ୍‌ ଭିତରକୁ ଟାଣି ନେଉଥିବାର ଦେଖାଯାଏ।

ଭିଡିଓ ଶେୟାର କରି ଏଥିରେ କ୍ୟାପ୍‌ଶନରେ ଲେଖାଯାଇଛି, ‘ମୁଁ ମୋର ଭାବି ସ୍ତ୍ରୀଙ୍କୁ’ ଏହାଠାରୁ ଅଧିକ ଭଲ ପାଇବି ଏବଂ ସମର୍ଥନ କରିବି, ଥରେ ମୁଁ ତାଙ୍କୁ ଭେଟିବି।’ ୨୨ ସେକେଣ୍ଡର ଏହି ଭିଡିଓକୁ ୨ ହଜାରରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ଅନେକ ୟୁଜର ଏହା ଉପରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହି ପଦ୍ଧତି ଠିକ୍‌ ନୁହେଁ।’ ଅନ୍ୟ ଜଣେ ଲେଖିଛନ୍ତି, ‘ନିଶ୍ଚିତ ଭାବେ ଏହା ଭାଇ ପାଇବ।’

Share