ବାଲେଶ୍ୱର ଅଫିସ,୨୦।୧୦-ବାଲେଶ୍ୱର ଚାନ୍ଦିପୁର ଡିଆରଡିଏ ପକ୍ଷରୁ କ୍ଷେପଣାସ୍ତ୍ର ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିଶାଇଲ (ଏସ୍ଏଏନ୍ଟି) ସୋମବାର ପରୀକ୍ଷଣ କରାଯାଇଛି। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୮ କିଲୋଗ୍ରାମ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହାର ଓଜନ ୪୩ କିଲୋଗ୍ରାମ, ଲମ୍ବ ୧.୮୫ ମିଟର। କ୍ଷେପଣାସ୍ତ୍ର ଏସ୍ଏଏନ୍ଟି ନିକଟରେ ଶତ୍ରୁ ପକ୍ଷର ଟ୍ୟାଙ୍କ ଧ୍ୱଂସ କରିବା କ୍ଷମତା ରହିଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୨୦ କିଲୋମିଟର। ଏହାକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଓ ଭାରତୀୟ ବାୟୁସେନା ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।