Categories: ଜାତୀୟ

ପୁଅର ଏନକାଉଣ୍ଟର ଖବର ଶୁଣି କୋର୍ଟ ରୁମରେ ଭୋ ଭୋ ହୋଇ କାନ୍ଦିଲେ ଅତିକ

ପ୍ରୟାଗରାଜ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅସଦ ଅହମଦଙ୍କୁ ଗୁରୁବାର ଝାନ୍ସିରେ ଏନକାଉଣ୍ଟର କରାଯାଉଛି। ଏପଟେ ପୁଅର ଏନକାଉଣ୍ଟର ଖବର ପାଇବା ପରେ ଅତିକ ଅହମଦ ପ୍ରୟାଗରାଜ ସ୍ଥିତ କୋର୍ଟ ରୁମରେ ଦୀର୍ଘ ନିଶ୍ୱାସ ପକାଇ ବସିପଡିଥିଲେ। ତାଙ୍କ ମୁଣ୍ଡ ବୁଲାଇବା ସହ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା। ଏହି ଖବର ଜାଣିବା ପରେ ଅତିକଙ୍କ ଭାଇ ଅଶରଫ ବି ଶାନ୍ତ ଭାବେ ଠିଆ ହୋଇ ଯାଇଥିଲେ। ଅତିକ କୋର୍ଟ ରୁମରେ ହିଁ ଭୋ ଭୋ ହୋଇ କାନ୍ଦି ପକାଇଥିଲେ।
ଅତିକ ଅହମଦଙ୍କ ପୁଅ ଅସଦ ଅହମଦଙ୍କ ଏନକାଉଣ୍ଟରକୁ ନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଆଇନ ବ୍ୟବସ୍ଥାକୁ ଦେଖିବାର ଅଛି ଓ ସାଧାରଣ ନାଗରିକ କେମିତି ନିଜକୁ ସୁରକ୍ଷିତ ମଣୁଛନ୍ତି, ଏହା ଦେଖିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ କିଛି ଶିଖିବା ଦରକାର।

Share