Posted inଜାତୀୟ

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେଲା ଅସଦଙ୍କ ଅନ୍ତିମ ସଂସ୍କାର

ପ୍ରୟାଗରାଜ,୧୫।୪: ଏନକାଉଣ୍ଟରେ ମୃତ୍ୟୁ ହୋଇଥିବା ମାଫିଆ ଡନ ଅତିକ ଅହମଦଙ୍କ ପୁଅ ଅସଦ ଅହମଦଙ୍କର ପ୍ରୟାଗରାଜରେ ଅନ୍ତିମ ସଂସ୍କାର କରାଯାଇଛି। ଅସଦଙ୍କୁ ପ୍ରୟାଗରାଜର କସାରି-ମସାରି କବରସ୍ଥାନରେ ସୁପୁର୍ଦ-ଏ-ଖାକ କରାଯାଇଛି। ଅନ୍ତିମ ସଂସ୍କାରରେ ୨୫-୩୦ ଜଣ ସାମିଲ ହୋଇଥିଲେ। ଏହି ସମୟରେ ତାଙ୍କ ବୁଆଙ୍କ ସହ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ପୋଲିସର କଡା ସୁରକ୍ଷା ମଧ୍ୟରେ ଅସଦଙ୍କର ସୁପୁର୍ଦ-ଏ-ଖାକ କରାଯାଇଛି। ଏହି ସମୟରେ ଡ୍ରୋନ୍‌ ସାହାଯ୍ୟରେ ସୁରକ୍ଷା ଉପରେ ନଜର ରଖାଯାଇଥିଲା। କବର ସ୍ଥାନର କିଛି ଦୂରରୁ ମିଡିଆର ଏଣ୍ଟ୍ରିକୁ ବି ଅଟକାଇ ଦିଆଯାଇଥିଲା।
ଏନକାଉଣ୍ଟରେ ମୃତ୍ୟୁ ହୋଇଥିବା ଅସଦ ଓ ତାଙ୍କ ସାଥି ଗୁଲାମ ମହମ୍ମଦଙ୍କ ମର ଶରୀରକୁ ଝାନ୍ସିରୁ ପ୍ରୟାଗରାଜ ନିଆଯାଇଥିଲା। ଉଭୟଙ୍କ ମୃତ ଶରିରକୁ ନେବାକୁ ତାଙ୍କର ପରିବାର ଲୋକେ ଶୁକ୍ରବାର ସନ୍ଧ୍ୟାରେ ଝାନ୍ସି ଆସିଥିଲେ। ଅସଦଙ୍କ ମୃତଦେହ ନେବାକୁ ତାଙ୍କ ଫୁଫା ଉସ୍ମାନ ଆସିଥିବା ବେଳେ ଗୁଲାମଙ୍କ ମୃତଦେହ ନେବାକୁ ତାଙ୍କର ଶଳା ନୁର ଆଲମ ପହଞ୍ଚିଥିଲେ। ଅସଦଙ୍କ ମୃଦଦେହକୁ କବର ଦେବାକୁ କସାରି ମସାରି କବର ସ୍ଥାନରେ ପ୍ରସ୍ତୁତି କରାଯାଇଥିଲା। ତାଙ୍କ ମୃତଦେହକୁ ଘରକୁ ନ ନେଇ ସିଧା କବର ସ୍ଥାନକୁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ୍‌, ବ୍ରିଜ୍‌ରୁ ଖସି ୩ ଜଣଙ୍କର ଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ବରେଲି,୨୭।୧୧: ଗୁଗୁଲ ମ୍ୟାପ୍‌ ଦେଖି ଯାଉଥିବା ବେଳେ ଏକ ଅସମ୍ପୂର୍ଣ୍ଣ ବ୍ରିଜ୍‌ରୁ ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରବିବାର ଘଟିଥିବା ସୂଚନା...

‘ମୋତେ ପ୍ରଧାନମନ୍ତ୍ରୀ ମୋଦି ଫୋନ୍‌ କରିଥିଲେ, ମୁଁ ତାଙ୍କୁ କହିଲି…’

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶିବସେନା (ଶିନ୍ଦେ ଦଳ) ମୁଖ୍ୟ ଏକନାଥ ଶିନ୍ଦେ ବୁଧବାର...

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ପ୍ରେସ୍‌ କନଫରେନ୍ସ କରି ଶନ୍ଦେ କଲେ ବଡ଼ ଘୋଷଣା

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସ୍‌ପେନ୍ସ ଜାରି ରହିଛି। ତେବେ ବର୍ତ୍ତମାନ ଏହି ସସପେନ୍ସକୁ କାର୍ଯ୍ୟନିର୍ବାହୀ ସିଏମ ଏକନାଥ ଶିନ୍ଦେ ଶେଷ କରିଛନ୍ତି। ବୁଧବାର...

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଶେଷ ହେଲା ସସ୍‌ପେନ୍ସ

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହି ପ୍ରଶ୍ନକୁ ନେଇ ଏକ ରାଜନୀତି ଗରମ ରହିଛି। ଏବେ ଲାଗୁଛି ଯେ ମହାଯାତୀରେ ସସପେନ୍ସ ଶେଷ...

ଶାନ୍ତ ପଡ଼ିଲେ ଶିନ୍ଦେ: ଆକ୍ସନ ମୋଡ୍‌ରେ ଆସିଲେ ନଜର

ପୁଣେ,୨୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ମିଳିତ ମଞ୍ଚ ‘ମହାୟୁତି’ ବହୁମତ ହାସଲ କରିଛି। ଏଥିରେ କେବଳ ଭାଜପା ୧୩୨ଟି ଆସନରେ ଐତିହାସିକ ବିଜୟ ହାସଲ...

ମହାରାଷ୍ଟ୍ର ରାଜନୀତିରେ ଏହି ବ୍ୟକ୍ତି ହେଉଛନ୍ତି ସିଏମ ମେକର୍‌, କରିବେ ବଡ଼ ଖେଳ!

ମୁମ୍ବାଇ,୨୭।୧୧: ୨୦୨୪ରେ ମହାୟୁତିର ବିଶାଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ସସପେନ୍ସ ଜାରି ରହିଛି। ଗ୍ରାଣ୍ଡ ଆଲାଇନ୍ସରେ ସର୍ବାଧିକ ଆସନ ଜିତିଥିବା ଦଳଗୁଡ଼ିକ ହେଉଛି...

ସିନ୍ଧିଆ-ରାହୁଲଙ୍କ ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା, ଆଗକୁ ହେବ…

ନୂଆଦିଲ୍ଲୀ,୨୭।୧୧: ମଙ୍ଗଳବାର ସଂସଦରେ ସମ୍ବିଧାନ ଦିବସ ସମାରୋହ ଆୟୋଜନ କରାଯାଇଥିଲା। ତେବେ ସେଣ୍ଟ୍ରାଲ ହଲ୍‌ରେ ଏହି କାର୍ଯ୍ୟକ୍ରମରେ କିଛି ଅଜବ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ...

ମୁଖ୍ୟମନ୍ତ୍ରୀ ପଦ ବଦଳରେ ବଡ଼ ସର୍ତ୍ତ ରଖିଦେଲେ ଶିନ୍ଦେ, ଅଡୁଆରେ ଭାଜପା

ମୁମ୍ବାଇ,୨୭।୧୧:ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ ମହାୟୁତିରେ ସସପେନ୍ସ ଲାଗି ରହିଛି। କିନ୍ତୁ ଏହାରି ଭିତରେ ଏକନାଥ ଶିନ୍ଦେ କିଛି ଏପରି ସଙ୍କେତ ଦେଇଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri