Categories: ଖେଳ

ବିସିସିଆଇ ଲଗାଇଥିଲା ବ୍ୟାନ୍‌; ଏବେ ଜୋତା ବିକୁଛନ୍ତି ଅମ୍ପାୟାର

ଲାହୋର,୨୪।୬: ପାକିସ୍ତାନର ସର୍ବୋତ୍ତମ ଅମ୍ପାୟାରଙ୍କ ମଧ୍ୟରୁ ଆସାଦ ରାଉଫ ଜଣେ। ସେ ତାଙ୍କ ୧୩ ବର୍ଷ କ୍ୟାରିୟରରେ ୪୯ ଟେଷ୍ଟ, ୯୮ ଦିନିକିଆ ଏବଂ ୨୩ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅମ୍ପାୟାରିଂ କରିଛନ୍ତି। ହେଲେ ତାଙ୍କ ଉପରେ ବିସିସିଆଇ ବ୍ୟାନ୍‌ ଲଗାଇବା ପରେ ଏବେ ତାଙ୍କ ଜୀବନ ବହୁତ ବଦଳି ଯାଇଛି। ଲାହୋରର ଏକ ବଜାରରେ ସେ ଚପଲ ଦୋକାନ କରିଛନ୍ତି। ଏପରିକି ତାଙ୍କୁ ଆଉ କ୍ରିକେଟ ପ୍ରତି ଆଗ୍ରହୀ ନୁହନ୍ତି।

ନିଜର ଅବସ୍ଥା ନେଇ ରାଉଫ ଏକ ଚ୍ୟାନେଲକୁ କହିଛନ୍ତି, ମୁଁ ସାରା ଜୀବନ ନିଜକୁ ଖେଳାଇଛି ତ ଏବେ କାହାକୁ ଦେଖିବି। ମୁଁ ୨୦୧୩ ପରଠାରୁ କ୍ରିକେଟ ଛାଡ଼ିଦେଇଛି। କାମ କରିବାକୁ ପଡ଼ିବ। ଯେତେବେଳ ଯାଏ ଜୀବନ ଅଛି ସେତେବେଳେ କାମ କରିବାକୁ ହେବ। ଏବେ ୬୬ ବର୍ଷ ହେଲାଣି। ଏବେ ବି ମୁଁ ରୋଜଗାର କରୁଛି। ଲୋକମାନଙ୍କୁ କାମ କରିବା ଦରକାର। କାମ ଛାଡ଼ିଦେଲେ ଘରେ ବସିଯିବ ବୋଲି ସେ କହିଛନ୍ତି।

Share