Categories: ଜାତୀୟ

ଦେଶର ମୁସଲମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ କରିଦେଇଛନ୍ତି ମୋଦି ସରକାର: ଓଓ୍ବାଇସି

ନୂଆଦିଲ୍ଲୀ,୨୪।୭: ସଂସଦର ଅଧିବେଶନ ମଧ୍ୟରେ ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସାଭରକର ଏବଂ ଗୋଲୱାଲକର ନୀତି ଉପରେ କାର୍ଯ୍ୟ କରୁଛନ୍ତି। ସମାନ ନୀତିରେ କାର୍ଯ୍ୟ କରି ସେ ଦେଶର ମୁସଲମାନମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ କରିଛନ୍ତି।
ତାଙ୍କ ଅଭିଯୋଗ ଉପରେ ଯୁକ୍ତି ଦର୍ଶାଇ ଓୱାଇସି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସ୍ବନିଧି ଯୋଜନା ଅନୁଯାୟୀ ରାସ୍ତାଘାଟ ବିକ୍ରେତା, ଦୋକାନଗୁଡିକୁ ଋଣ ଦିଆଯାଉଛି। ଆରଟିଆଇ ସୂଚନା ମୁତାବକ, ୩୨ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ୩୩୧ ସଂଖ୍ୟାଲଘୁଙ୍କୁ ଋଣ ଦିଆଯାଇଛି। କିନ୍ତୁ ଏନଏସ୍‌ଓ ତଥ୍ୟ ଅନୁଯାୟୀ, ମୁସଲମାନମାନେ ସହରାଞ୍ଚଳରେ ଆତ୍ମନିଯୁକ୍ତି(ସେଲ୍ଫ ଏମ୍ପ୍ଲୋଏମେଣ୍ଟ)କ୍ଷେତ୍ରରେ ୫୦ ପ୍ରତିଶତ ଏବଂ ହିନ୍ଦୁ ଭାଇମାନେ ଆତ୍ମନିଯୁକ୍ତି କ୍ଷେତ୍ରରେ ମାତ୍ର ୩୩ ପ୍ରତିଶତ ଅଛନ୍ତି। ଯଦି ସହରାଞ୍ଚଳରେ ସ୍ବୟଂ ନିଯୁକ୍ତିର ୫୦ ପ୍ରତିଶତ ମୁସଲମାନ, ତେବେ କେବଳ ୩୩୧ ଜଣଙ୍କୁ ଋଣ କାହିଁକି ଦିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Share